
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ସୁଗମ ଦର୍ଶନ ନିମନ୍ତେ ସୁପ୍ରିମ କୋର୍ଟ ର ନିର୍ଦ୍ଦେଶକୁ ଶ୍ରୀମନ୍ଦିର ପ୍ରଶାସନ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ “ପୁରୀ ଜିଲ୍ଲା ଦିବ୍ୟାଙ୍ଗ ମହାମଞ୍ଚ” ପକ୍ଷରୁ ଶ୍ରୀଗୁଣ୍ଡଚା ମନ୍ଦିର ସମ୍ମୁଖରେ ମଞ୍ଚର ସଦସ୍ୟ ସଦସ୍ୟା ମାନେ ସାମୁହିକ ଭାବେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ଆଦେଶନାମା କୁ ସମ୍ମାନ ଓ ସ୍ବାଗତ ଜଣାଇବା ସହ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ , ଗଜପତି ମହାରାଜା ଓ ରାଜ୍ୟ ସରକାର ଙ୍କୁ ଯଥାଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିଥିଲେ। ଦେଶର ପ୍ରାୟ ସମସ୍ତ ପ୍ରମୁଖ ମନ୍ଦିରରେ ଦିବ୍ୟାଙ୍ଗଙ୍କ ପ୍ରବେଶ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା ରହିଥିବା ବେଳେ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ରେ ସେପରି କୌଣସି ବ୍ୟବସ୍ଥା କରାଯାଉ ନାହିଁ, ଯାହା ଫଳରେ ଦିବ୍ୟାଙ୍ଗ ଭକ୍ତ ମାନେ ଅସନ୍ତୋଷ ହେବା ସହ କ୍ଷୋଭ ପ୍ରକାଶ କରିଛନ୍ତି। ଦୂର ଦୁରାନ୍ତରୁ ଆସୁଥିବା ଦିବ୍ୟାଙ୍ଗ ଭକ୍ତମାନେ ମଧ୍ୟ ଦର୍ଶନ ରୁ ବଞ୍ଚିତ ହେଉଛନ୍ତି। ଏହି ସମସ୍ୟା ଲାଗିରହିଥିବା ବେଳେ ବିଭିନ୍ନ ମହଲରେ ମଧ୍ୟ ଏହି ଘଟଣାରେ ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ, ଗଜପତି ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ନୂଆବର୍ଷ ୨୦୨୩ରୁ ଦିବ୍ୟାଙ୍ଗ ଦର୍ଶନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିବେଦନ ମଧ୍ୟ କରାଯାଇଛି। ଏହି ପୁରୀ ଜିଲ୍ଲା ଦିବ୍ୟାଙ୍ଗ ମହାମଞ୍ଚର ସଂଗଠନ ସମ୍ପାଦିକା ଶ୍ରୀମତୀ ଗଜଲକ୍ଷ୍ମୀ ରାୟଙ୍କ ସମେତ ପ୍ରଶାନ୍ତ କୁମାର ନାୟକ, କମଳକାନ୍ତ ସାହୁ, ସୁବାସ ଚନ୍ଦ୍ର ଗଉଡ, ସସ୍ମିତା ପ୍ରଧାନ, ଜୟନ୍ତୀ ଦାସ, ଆମ୍ବ୍ରିତା ପଟ୍ଟନାୟକ, ରାଜକିଶୋର ପାତ୍ର ଏବଂ ସତ୍ୟନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।