
ବୌଦ୍ଧ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସବୁ କ୍ଷେତ୍ରରେ ବିଫଳତା ସଂପର୍କରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆସନ୍ତା ଜାନୁଆରୀ ୨୬ ତାରିଖ ଠାରୁ ଜାତୀୟ କଂଗ୍ରେସ କମିଟିର ନିଷ୍ପତି ଅନୁଯାଇ ବୌଦ୍ଧ ଜିଲ୍ଲାରେ ଦୁଇ ମାସ ପର୍ଯ୍ୟନ୍ତ ହାତକୁ ହାତ ଯୋଡ କାର୍ଯ୍ୟକ୍ରମ ଜିଲ୍ଲାର ପ୍ରତ୍ୟକ ବୁଥ ଓ ଗ୍ରାମସ୍ତର ପର୍ଯ୍ୟନ୍ତ ନେବା ପାଇଁ ଆଜି ଏକ ସ୍ଵତନ୍ତ୍ର ପ୍ରସ୍ତୁତି ବୈଠକ ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପ୍ରଦେଶ କଂଗ୍ରେସ କମିଟିର ପର୍ଯ୍ୟବେକ୍ଷକ ଜିତେନ୍ଦ୍ର ପଟ୍ଟନାୟକ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାର ତିନୋଟି ବ୍ଲକ ଓ ଏନଏସିରେ ଦୁଇମାସ ଧରି କାର୍ଯ୍ୟକ୍ରମ କରିବାକୁ ନିଷ୍ପତି ହୋଇଥିଲା । ହାତକୁ ହାତ ଯୋଡ କାର୍ଯ୍ୟକ୍ରମରେ ପ୍ରତ୍ୟକ ଗ୍ରାମ ଓ ବୁଥ ରେ ପଦଯାତ୍ରା କରାଯାଇ ଦଳିୟ ପତାକା ଉତ୍ତଳନ କରାଯିବା ପାଇଁ ଏବଂ ଦଳିୟ କର୍ମୀମାନେ ସଂପୃକ୍ତ ଗ୍ରାମର ପ୍ରତ୍ୟକ ପରିବାର ସହିତ ସଂପର୍କ ଯୋଡିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି ।
ବୈଠକରେ ଜିଲ୍ଲା ସଂଯୋଜକ ଶାନ୍ତନୁ ମହାପାତ୍ର, ପ୍ରଶାନ୍ତ ସାହୁ, ପଙ୍କଜ କର୍ଣ୍ଣ, ଅର୍ଜ୍ଜୁନ ମହାନନ୍ଦିଆ, ବୈଦ୍ୟନାଥ ମହାନନ୍ଦିଆ, ସତ୍ୟ ବେହେରା, ଗଣେଷ ଅଗ୍ରୱାଲା, ବିଶ୍ଵଜିତ ମିଶ୍ର, ସମରେନ୍ଦ୍ର ମହାକୁଡ, ରାୟ ସଂଜିବ ଦେଓ, ପ୍ରତାପ ପଣ୍ଡା, ସୁଶାନ୍ତ ମଲ୍ଲିକ, ପ୍ରମିଳ ସେଠୀ, ସୁକଦେବ ମଙ୍ଗରାଜ, ବେଣୁଧର ମେହେର, ରିହିତାଶ୍ଵ ବେହେରା, ପ୍ରଦିପ ଦାସ, ଭଗବାନ ମେହେର,ଛାତ୍ର କଂଗ୍ରେସ ସଭାପତି ବିକ୍ରମ ପ୍ରଧାନ, ସୁଶିଲ ହୋତା, ପୋଲସ୍ତି ପ୍ରଧାନ, ବୁଦ୍ଧଦେବ ପ୍ରଧାନ, ଶିବ ବେହେରା, ଜିଲ୍ଲା ସଭାନେତ୍ରୀ କବିତା ମହାକୁଡ, ସନ୍ଧ୍ୟାରାଣୀ ସିଂ, ମମତା ପଣ୍ଡା, ପ୍ରଭାତି ବେହେରା,ଜିଲ୍ଲା ସୋସିଆଲ ମିଡିଆ ସେଲ ଅଧ୍ୟକ୍ଷ ନିତେଶ ମେହେର ପ୍ରମୁଖ ଯୋଗଦେଇଥିଲେ ।