
ବୌଦ୍ଧ,ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା କମିଟିର ବୈଠକ, କିଶୋର କିଶୋରୀ ଦକ୍ଷତା ବୃଦ୍ଧି ଓ ବାଲ୍ୟବିବାହ ନିଷେଧ ଟାସ୍କଫୋର୍ସ, ଶିଶୁଶ୍ରମିକ ନିଷେଧ ଟାସ୍କଫୋର୍ସ ଓ ଚାଇଲ୍ଡଲାଇନ ପରାମର୍ଶମଣ୍ଡଳୀର ତ୍ରୟୋମାସିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ସତ୍ୟ ରଂଜନ ସାହୁ ଯୋଗଦେଇ ଶିଶୁମାନଙ୍କ ସ୍ଵାଧିନତା, ଆତ୍ମ ବିଶ୍ଵାସ, କର୍ମତପ୍ତର, କର୍ମଠ, ଉର୍ଜାର ସଂଚାର ସେମାନଙ୍କ ଶାରୀରିକ ଓ ମାନସିକ ବିକାଶ ପାଇଁ ସହାୟକ ହେବ ଏବଂ ଏଥିପାଇଁ ଶିକ୍ଷକସମାଜ, ଅଭିଭାବକ, ପରିବାରର ଭୁମିକା ଗୁରୁତ୍ଵପୁର୍ଣ୍ଣ ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଯୋଗଦେଇ ଶିଶୁମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ବିଭିନ୍ନ ଯୋଜନାରେ ଶିଶୁଙ୍କ ଶିକ୍ଷା ଓ ସ୍ଵାସ୍ଥ୍ୟ ଓ ଅନ୍ୟନ୍ୟ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ଶିଶୁ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହିକାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥିି ଭାବେ ଶିଶୁମଙ୍ଗଳ ସମିତି ଅଧ୍ୟକ୍ଷ ସାକ୍ଷୀଗୋପାଳ ପ୍ରଧାନ ଯୋଗଦେଇ ପଂଚାୟତସ୍ତରିୟ ଶିଶୁ ସୁରକ୍ଷା କମିଟିଗୁଡିକୁ ଅଧିକ କ୍ରୀୟାଶିଳ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥିି ଭାବେ ଡି.ଏସ.ପି, ସାଲେଷ୍ଠିନ ଟିଗା ଯୋଗଦେଇଥିଲେ । ଆଶୀର୍ବାଦ ଯୋଜନାରେ ବର୍ତମାନ ପଯ୍ୟନ୍ତ ଜିଲ୍ଲାରେ ୮୪୪ ଜଣ ହିତାଧିକାରୀଙ୍କୁ ସହାୟତା ଦିଆଯାଉ ଥିବା ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଶୁମଙ୍ଗଳ ସମିତି ଓ କିଶୋର ନ୍ୟାୟ ବୋର୍ଡ ସଦସ୍ୟ ସି.ଡି.ପି.ଓ କଂଟାମାଳ ଓ ହରଭଙ୍ଗା, ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏକ୍ସନ.ଏଡ ଜିଲ୍ଲା ପ୍ରତିନିଧିଏବଂ ୱ.ସି.ଡିଏ, ରେଆର ର କର୍ମଚାରୀ ଉପସ୍ଥିତ ଥିଲେ । ଶିଶୁଟିଏ କୌଣସି ପରିସ୍ଥିତିରେ ଅସୁରକ୍ଷିତ ମଣିଲେ ଓ ଅସୁବିଧାରେ ଦେଖିଲେ ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ତଥା ସ୍ଥାନିୟ ପୁଲିସ୍, ଚାଇଲ୍ଡଲାଇନ-୧୦୯୮କିମ୍ବା ଶିଶୁ ସୁରକ୍ଷା ୟୁନିଟ୍ କୁ ୁତୁରନ୍ତ ସୂଚନା ଦେବାପାଇଁ ମତ ପ୍ରକାଶ ପାଇଥିଲା ।
ଏହି ଅବସରରେ ଜିଲ୍ଲାସ୍ତରିୟ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା୧୧ ଜଣ ଶିଶୁଙ୍କୁ ଜିଲ୍ଲାପାଳଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ରାଜେନ୍ଦ୍ର ମଲ୍ଲିକ, ସମର ସେନ ସିଂ, ସହଦେବ ନାଏକ, ବସନ୍ତ ଦିଶିରି, ଚିତ୍ରସେନ ସାହୁ, ସତ୍ୟନାରାୟଣ ନାୟକ ସହଯୋଗ କରିଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସେବା ଷ୍ଠିନା କୁଜୁର ଧନ୍ୟବାଦ ଅର୍ପଣ କରିଥିଲେ ।