
ଭୁବନେଶ୍ଵର, ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ସମ୍ବଲପୁରରେ ୩୧.୯ ଡ଼ିଗ୍ରୀ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ୭.୫ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ପାର୍ବତ୍ୟାଚଂଳରେ ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ୫.୫ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।
ରାଜଧାନୀ ଭୁବନେଶ୍ଵରରେ ଦିନର ସର୍ବୋଚ୍ଚ ତାପମାତ୍ରା ୨୮.୭ ଡ଼ିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୧୨.୪ ଡ଼ିଗ୍ରୀ ରେକର୍ଡ଼ କରାଯାଇଛି । ସେହିପରି କଟକରେ ସର୍ବୋଚ୍ଚ ତାପମାତ୍ରା ୨୭.୬ ଡ଼ିଗ୍ରୀ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୩.୪ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି।