
ଭୁବନେଶ୍ଵର, ରାତ୍ରି ତାପମାତ୍ରା ୫.୫ ଡ଼ିଗ୍ରୀ ସହ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ରହିଛି ।
ସେହିପରି କୋରାପୁଟ ଜିଲ୍ଲାର ସେମିଳିଗୁଡାରେ ୬.୧, କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ୭.୫, ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ୭.୮, କୋରାପୁଟରେ ୮.୫, କନ୍ଧମମାଳ ଜିଲ୍ଲାର ଦାରିଙ୍ଗବାଡିରେ ୯.୫, ସମ୍ବଲପୁରର ଚିପିଲିମାରେ ରାତ୍ରିକାଳୀନ ତାପମାତ୍ରା୯.୮ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।
ଏହା ବ୍ୟତୀତ ଟ୍ଵିନ ସିଟି ଭୁବନେଶ୍ଵରରେ ୧୨.୪ ଡ଼ିଗ୍ରୀ ଏବଂ କଟକରେ ୧୩.୪ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି।