ଭଦ୍ରକ – ଏହି ଜିଲାର ତିହିଡି-ଚାନ୍ଦବାଲି ବ୍ଲକ୍ରେ ଅବାଧରେ ଚାଲିଛି ବେଆଇନ୍ ଇଟାଭାଟି । ସବୁ ପଂଚାୟତରେ ମାଳ ମାଳ ଇଟାଭାଟି ଦେଖିବାକୁ ମିଳୁଛି । ଇଟାଭାଟି ମାଲିକମାନେ ରାସ୍ତାକଡ ଠାରୁ ଆରମ୍ଭ କରି ଜନବସତିପୂର୍ଣ୍ଣ ଗ୍ରାମରେ ବେଆଇନ୍ ଭାବେ ଇଟାଭାଟି ଲଗାଉଛନ୍ତି । ଏହି ଇଟାଭାଟି ଗୁଡିକ ଉପରେ ପ୍ରଶାସନର ଲଗାମ ନାହିଁ । ରାଜ୍ୟ ରାଜପଥ କଡରେ ହେଉ ବା ଗାଁ ଦାଣ୍ଡରେ ଆରମ୍ଭ ହୋଇଗଲାଣି ଇଟା ପକାଇବା କାମ । ବର୍ଷା ଛାଡିଲା ପରେ ଇଟା ମାଫିଆମାନେ ପୂର୍ବ ବର୍ଷରୁ ସଂଗ୍ରହ କରି ରଖିଥିବା ମାଟିରେ ଇଟାପକା କାର୍ଯ୍ୟ ଆରମ୍ଭ କଲେଣି । ଏଥିସହିତ ଭଦ୍ରକ-ଧାମରା ରେଳପଥରୁ ଚୋରି ହେଉଥିବା ଉଚ୍ଚଶକ୍ତି ସଂପର୍ଣ୍ଣ ଅଷ୍ଟେ୍ରଲିଆ କୋଇଲା ମଧ୍ୟ ଟନ୍ ଟନ୍ ଗଚ୍ଛିତ କରି ରଖାଯାଇଛି । ହେଲେ ଏହି ଇଟା ଭାଟିରେ ବ୍ୟବହୃତ କାଠ ଓ କୋଇଲାରୁ ନିର୍ଗତ ଧୁଆଁ କେବଳ ପରିବେଶଡ ପ୍ରଦୂଷଣ କରୁନାହିଁ ପଥଚାରୀକୁ ଏମିତିି ବେହାଲ କରୁଛି ଲୋକେ ପ୍ରତିବାହଦ କଲେ ମଧ୍ୟ ଫଳ କିଛି ହେଉନି । କାରଣ ଏହି ବେଆଇନ୍ ଇଟା ଭାଟିଆମାନଙ୍କୁ ବେନ୍ କରିବା ପରିବର୍ତେ ରାଜସ୍ୱ ନିରୀକ୍ଷକ ମାନେ ପେନାଲଟି ଆକାରରେ କିଛି ଟଙ୍କା ଆଦାୟ କରି ତାଙ୍କୁ ଖୁଲମଖୁଲା ପ୍ରୋସôାହନ ଦେଉଛନ୍ତି ଲକ୍ଷ ଲକ୍ଷ ଇଟା ପୋଡିବା ପାଇଁ । ଯାହାଫଳରେ ଆଉ କେହି ଲୁଚାଛପାରେ ଏହି ବେଆଇନ୍ କାରବାର କରୁନାହାଁନ୍ତି । ରାଜସ୍ୱ ନିରୀକ୍ଷକଙ୍କ ଦେଇଥିବା ହାତଗୁଞ୍ଝା ତାଙ୍କୁ ଏହି ବେଆଇନ୍ ଇଟାଭାଟି ପାଇଁ ଖୋରାକ ଯୋଗାଉଛି । ପ୍ରତିବର୍ଷ ପରି ଏବର୍ଷ ଏହି ଇଟାଭାଟି ନିର୍ମାଣ ସତେ ଯେମିତି ଏକ ପରମ୍ପରା ପାଲଟିବାକୁ ବସିଛି । ଏହି ପରମ୍ପରା ରୋକିବାରେ ପ୍ରଶାସନ ସତେ ଯେପରି ନୀରବଦ୍ରଷ୍ଟା ସାଜିଛି । ରାଜସ୍ୱ ବିଭାଗ ଚେଇଁ ଶୋଇଥିବା ପରିବେଶ ବିଭାଗ ଆଖିରେ ଅନ୍ଧପୁଟୁଳି ବନ୍ଧା ହୋଇଛି । ତାର ସୁବିଧାରେ ମାଫିଆମାନଙ୍କ ବେଆଇନ୍ ଇଟାଭାଟି ଏତେ ମାତ୍ରାରେ ଆରମ୍ଭ କରିଛନ୍ତି, ତାର କୌଣସି ପ୍ରତିବନ୍ଧକ ନାହିଁ । କିଛିବର୍ଷ ହେବ ଚାନ୍ଦବାଲି ଓଡ଼ିଶାରେ ଉତ୍ତପ୍ତ ସହରରେ ନଥିବାବେଳେ ପ୍ରଶାସନ ପକ୍ଷରୁ ଏହାର ବିହିତ ପ୍ରତିକାର ପାଇଁ ଉଦ୍ୟମ ଜାରି ରଖିବା ବଦଳରେ ମୁଖ୍ୟରାସ୍ତା ସଂପ୍ରସାରଣ ଆଳରେ ରାସ୍ତା କଡରେ ବେଧଡକ ଗଛକଟା ସହ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ନଦେଇ ସ୍ଥାନୀୟ ଅଂଚଳରେ ଇଟାଭାଟି ଗୁଡିକ ପ୍ରୋସôାହନ ଦେବା, ତାହା ଦୁଃଖ ଓ ପରିତାପର ବିଷୟ ହୋଇଛି । ଭଦ୍ରକ-ଚାନ୍ଦବାଲି ରାସ୍ତା କଡରେ ଦିଗଛିଆ, ନାଲଗୁଣ୍ଡା, ଖେରଙ୍ଗ, ଭାଟପଡା, ଶେରପୁର ବ୍ୟତୀତ ଉପାନ୍ତ ଅଂଚଳରେ ରାସ୍ତା ପାଶ୍ୱର୍ରେ ଅନାବାଦୀ, ଗୋଚର, ଖେଳପଡିଆ, କେନାଲ ବା ନିଜ ଜମିରେ ବେପାରୀମାନେ ରାଜସ୍ୱ ବିଭାଗର କର୍ମଚାରୀଙ୍କୁ ହାତ ଚିକ୍କଣ କରାଇ ଇଟାଭାଟି ଗୋଟିଏ ପରେ ଗୋଟିଏ ପୋଡି ବେଶ୍ ଦି ପିଇସା ଅଧିକ ଲାଭ କରୁଛନ୍ତି । ପରିବେଶ ପ୍ରଦୂଷଣ ମୁକ୍ତ ପାଇଁ ସରକାରୀ ନିୟମରେ ଯେଉଁଠି ଖୋଲା ଇଟା ଭାଟି ଠାବ କରାଯିବ, ସେଗୁଡିକ ଅଗ୍ନିଶମ ବିଭାଗ ଜରିଆରେ ପାଣି ଢାଳି ନିଆଁ ଲିଭିଯିବା ସହ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରାଯିବା ପାଇଁ ସ୍ଥାନୀୟ ପ୍ରଶାସନର ଯେଉଁ ଦାୟିତ୍ୱ ରହିଛି, ସେହି ନିୟମ ତିିହିଡି ଚାନ୍ଦବାଲି ବ୍ଲକ୍ରେ ବିଲ୍କୁଲ କାର୍ଯ୍ୟକାରୀ ନହେବା ପରିବେଶବିତଙ୍କ ପାଇଁ ଚିନ୍ତା ବଢାଇଛି ।
Related Stories
November 25, 2024