
ଭୁବନେଶ୍ୱର, କରୋନାକୁ ନେଇ ରାଜ୍ୟବାସୀ ଅଯଥାରେ ଆତଙ୍କିତ ହୁଅନ୍ତୁ ବୋଲି ନାହିଁ ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି । ସାମ୍ବାଦିକ ମାନଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଏଫ୍.୭ ଭାରିଏଣ୍ଟଟି ଦୁଇ ବର୍ଷ ହେଲାଣି ଅଛି। ଯେହେତୁ ଏହା ଚାଇନାରେ ବଢୁଛି ତେଣୁ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି। ଯଦିଓ ଏହାର ସଂକ୍ରମଣ କ୍ଷମତା ଅଧିକ ଅଛି, କିନ୍ତୁ ଏହାର ଫାଟାଲିଟି ଓ ମୋଟାଲିଟି ବିଶେଷ ନାହିଁ । ସେ କହିଛନ୍ତି ଯେ ୩ ମାସରୁ ଅଧିକ ହେଲାଣି ରାଜ୍ୟରେ ପଜେଟିଭ ରେଟ ବଢ଼ିନାହିଁ ।
ସେ କହିଛନ୍ତି ଯେ ରାଜ୍ୟ ସରକାର ବାରମ୍ବାର ଅନୁରୋଧ କରୁଛନ୍ତି ଯେ କରୋନା ଲକ୍ଷଣ ଯାହା ମଧ୍ୟରେ ଦେଖା ଦେଉଛି ସେ ତୁରନ୍ତ ଟେଷ୍ଟିଂ କରାନ୍ତୁ । ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ମଜଭୁତ ଅଛି । ଆବଶ୍ୟକ ହେଲେ ରାଜ୍ୟରେ ବେଡ଼ ବଢାଯିବ ।
ସେ କହିଛନ୍ତି ଯେ ବିଗତ ୪ଟି ଲହର ପାଇଁ ଆମର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଅଛି। ତେଣୁ ଏହା ଅଧିକ ସଂକ୍ରମିତ କରିପାରିବ ନାହିଁ। ଆଗକୁ ଯଦି ସଂକ୍ରମଣ ଆସେ କିପରି ମୁକାବିଲା କରାଯିବ ସେନେଇ ଆମେ ପ୍ରସ୍ତୁତ ହୋଇ ଅଛୁ। ସମସ୍ତଙ୍କୁ ଅନୁରୋଧ ଲୋକଙ୍କୁ ଭୟଭୀତ କଲାଭଳି ମନ୍ତବ୍ୟ ଦିଅନ୍ତୁ ନାହିଁ
ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ୨୭ ତାରିଖରେ ମକ୍ ଡ୍ରିଲ୍ ହେବ । ଆନ୍ତର୍ଜାତିକ ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ଗାଇଡ ଲାଇନ ଜାରି କରିଛନ୍ତି । ଓଡ଼ିଶାକୁ ସିଧାସଳଖ ଭାବରେ ଅନ୍ତର୍ଜାତୀୟ ବିମାନ ଆସୁନାହିଁ । ତେଣୁ କିଏ ଆସିଲେ ଗାଇଡ ଲାଇନ ହିସାବରେ ଟେଷ୍ଟ କରାଯିବ ।