
ମାଲକାନଗିରି, ମାଲକାନଗିରି ଜ଼ିଲ୍ଲା କଂଗ୍ରେସ ଭବନରେ ଜ଼ିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ଵରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପର୍ଯ୍ୟବେକ୍ଷକ ଭାବେ ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀ ଯୋଗଦେଇ ହାତରେ ହାତ ଯୋଡ କାର୍ଯ୍ୟକ୍ରମ ଏବଂ ଜ଼ିଲ୍ଲାରେ ବୁଥ୍ କମିଟି ଗଠନ ଉପରେ ଆଲୋଚନା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ଜ଼ିଲ୍ଲା କଂଗ୍ରେସର ଶରତ ଚନ୍ଦ୍ର ବୁରୁଦା, ଜି. ଶ୍ରୀନିବାସ ରାଓ, ପଦ୍ମ ପାଙ୍ଗି, ମାଲା ମାଢିଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ଯୋଗଦାନ କରିଥିଲେ।