ମାଲକାନଗିର,ମାଲକାନଗିରି ମହାବିଦ୍ୟାଳୟ ଶିକ୍ଷା ସମ୍ମାନ ବିଭାଗ ତରଫରୁ ଏକ ଦିବସୀୟ ପାଠଚକ୍ର ସହିତ ନବାଗତ ମାନଙ୍କ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ସନ୍ଦର୍ଭ ପାଠଚକ୍ରରେ ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀ, ମୁଖ୍ୟ ବକ୍ତା ରୂପେ ଡ଼ଃ. ରଞ୍ଜନ କୁମାର ସ୍ବାଇଁ ବାଣିଜ୍ୟ ବିଭାଗ ମୁଖ୍ୟ, ମାଲକାନଗିରି ମହାବିଦ୍ୟାଳୟ ଯୋଗଦାନ କରି ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିବା ସହିତ ଏହି ଯୋଜନା ସମ୍ବନ୍ଧରେ କିପରି ସମସ୍ତେ ସାର୍ବଜନୀନ ହୋଇପାରିବେ ସେ ସମ୍ବନ୍ଧରେ ପରାମର୍ଶ ଦେଇଥିଲେ। ଏହି ଉତ୍ସବରେ ବିଭାଗୀୟ ମୁଖ୍ୟ ଗୌତମ ନାୟକ ସନ୍ଦର୍ଭ ସମ୍ପର୍କରେ ବିସ୍ତାର ଭାବେ ବୁଝାଇବା ସହ ସଭାରେ ସଭାପତିତ୍ବ କରିଥିଲେ। ଶିକ୍ଷା ବିଭାଗର ଅଧ୍ୟାପିକା ସୀତାଂଶୁ ମାଳିନୀ ପରିଡ଼ା ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ।
ଏହି ସଭାରେ ୩ ତୃତୀୟ ବର୍ଷର ଛାତ୍ରୀ ଶାଶ୍ୟତି ନାୟକ, ବିଜୟ ଲକ୍ଷ୍ମୀ ସାହୁ, ଦୀପ୍ତିରାଣୀ ସାହୁ, ସୁପ୍ରିୟା ବେହେରା ନିଜ ନିଜର ସନ୍ଦର୍ଭ ପାଠ କରିଥିଲେ। ଏଥିରେ ସର୍ବମୋଟ ୧୨ ଟି ସନ୍ଦର୍ଭ ପାଠ କରାଯାଇଥିଲା। ଏହି ସଭାରେ ୧୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ। ନବାଗତ ମାନଙ୍କୁ ପେନ୍ ଏବଂ କମ୍ପିଟେଟିଭ ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। କଲେଜର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ତଥା ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହିବା ସହିତ ନବାଗତ ମାନଙ୍କୁ ସ୍ବାଗତ କରିଥିଲେ। ସଭା ଶେଷରେ ବିଭାଗୀୟ ଅଧ୍ୟାପିକା ସବିତା ମୁଦୁଲି ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ସଭାରେ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ରବି ରାଜେଶ ଉପସ୍ଥିତ ରହି ପିଲା ମାନଙ୍କୁ ଉତ୍ସାହିତ କରିଥିଲେ।