ଭୁବନେଶ୍ୱର- ୨୦୧୬-୧୭ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗତ ୪ ବର୍ଷ ମଧ୍ୟରେ ମଂଜୁର ହୋଇଥିବା ୧୫.୫୭ ଲକ୍ଷ ଗୃହ ମଧ୍ୟରୁ ୯.୦୩ ଲକ୍ଷ ଗୃହ ନିର୍ମାଣ ଶେଷ ହୋଇଛି । ଗୃହ ନିର୍ମାଣ ଯୋଜନାରେ ଅନିୟମିତତାକୁ ଦୃଢ ହସ୍ତରେ ଦମନ କରିବା ପାଇଁ ରାଜ୍ୟ ସରକାର ଅଙ୍ଗୀକାରବଦ୍ଧ ବୋଲି ଗୃହ ଓ ନଗର ଉନ୍ନୟନ ତଥା ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ପ୍ରକାଶ କରିଛନ୍ତି ।
ବୁଧବାର ସଭ୍ୟ ମୋହନ ଚରଣ ମାଝୀ , ସନାତନ ବିଜୁଳି , ମୁକେଶ ମହାଲିଙ୍ଗ ଓ ନବ ଚରଣ ମାଝୀଙ୍କ ପକ୍ଷରୁ ଅଣାଯାଇଥିବା ମୁଲତବୀ ପ୍ରସ୍ତାବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ବ୍ୟାପକ ଅନିୟମିତତା ଉପରେ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଏହ କହିଥିଲେ । ସେ କହିଥିଲେ ଯେ ଏହି ଯୋଜନାରେ ଅନିୟମିତତା ରୋକିବା ପାଇଁ ରାଜ୍ୟ ସରକାର ଏକ ଟୋଲ ପ୍ରି ନମ୍ବର ୧୮୦୦-୩୪୫୬୭୬୮ ଜରିଆରେ ଆପତି ଗ୍ରହଣ କରୁଛନ୍ତି । ଆପତି ଆଧାରରେ ୨୨ ଜଣଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି , ୪୪ ଜଣଙ୍କୁ କାର୍ଯ୍ୟରୁ ନିଲମ୍ବନ , ୩୫ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁÂାାନ ନିଆଯାଇଛି ।
ଏହି ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଆଣିଥିବା ବିରୋଧୀ ଦଳ ବିଧାୟକ ମୋହନ ମାଝୀ , ବିଷ୍ଣୁ ଚରଣ ସେଠୀ , ନବ ଚରଣ ମାଝୀ , ସନ୍ତୋଷ ସିଂହ ସାଲୁଜା , ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଥିଲେ ଯେ ଭୂମିହୀନମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଦେବା ପ୍ରକ୍ରିୟାରେ ବିଳମ୍ବ ହେଉଛନ୍ତି । ନିଜ ଦଳର ଲୋକମାନଙ୍କୁ ଏକାଧିକ ଆବାସ ଯୋଗାଇ ଦିଆଯାଉଛି । ଏହା ଉପରେ ନିରପେକ୍ଷ ତଦନ୍ତ ହେବା ଦରକାର । ଉକ୍ତ ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣକାରୀ ପ୍ରସ୍ତାବ ଆଣିଥିବା ଶାସକ ଦଳ ସଭ୍ୟ ପ୍ରଫୁଲ୍ଲ ସାମଲ ,ଅଶ୍ୱିନୀ ପାତ୍ର , ଧ୍ରୁବ ସାହୁ , ଲତିକା ପ୍ରଧାନ ପ୍ରମୁଖ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କେନ୍ଦ୍ର ସରକାର ୫୦ ପ୍ରତିଶତ ଅର୍ଥଦେଉଥିବା ବେଳେ ରାଜ୍ୟ ସରକାର ମଧ୍ୟ ୫୦ ପ୍ରତିଶତ ଦେଉଛନ୍ତି । ଏହି ଯୋଜନାକୁ ପ୍ରଧାନମନ୍ତ୍ରୀଙ୍କ ନାମ ସହ ମୁଖ୍ୟମନ୍ତ୍ରୀଙ୍କ ନାମ ଉଲ୍ଲେଖ କରାଯାଉ । ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁÂାନ ଗ୍ରହଣ କରଯାଇଛି ବେଲି ସେମାନେ କହିଥିଲେ । ମନ୍ତ୍ରୀଙ୍କ ଉତରରେ ଅସନ୍ତୋଷ ପ୍ରକାଶ କରି ବିରୋଧ ଦଳ ସଭ୍ୟମାନେ କକ୍ଷ ତ୍ୟାଗ କରିଥିଲେ ।
Related Stories
November 25, 2024