ପୁରୀ ,ପୁରୀ ହରଚଣ୍ଡୀ ସାହି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ୨୩ ଡିସେମ୍ବର ଶୁକ୍ରବାର ଦିନ ସପ୍ତତ୍ରିଂଶତ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ବିଦ୍ୟାଳୟର ଏହି ଉତ୍ସବକୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଉଦଘାଟନ କରିଥିବା ବେଳେ ଉପ ଜିଲ୍ଲାପାଳ ଭବ ତାରଣ ସାହୁ ସଂମ୍ମାନିତ ଅତିଥି, ସଭାପତି ଅରୁଣ କୁମାର ମିଶ୍ର , ସମ୍ପାଦକ ମାଧବ ମହାପାତ୍ର, ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର କୁମାର ନନ୍ଦ ପ୍ରମୁଖ ମଞ୍ଚାସିନ ଥିଲେ |
ଉତ୍ସବରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବରିଷ୍ଠ ସିଂହାରୀ ସେବକ ହରିହର କର ଏବଂ ମହିପ୍ରକାଶ ମଠର ମହନ୍ତ ସୁଭାନନ୍ଦ ପୁରୀ ମହାରାଜଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଜିଲ୍ଲାପାଳ ଶ୍ରୀଵର୍ମା ସଂମ୍ମାନିତ କରିଥିଲେ |ଏଥି ସହିତ ସ୍କୁଲର ୧୧ ଜଣ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ରୌପ୍ୟ ପଦକ ପ୍ରଦାନ କରି ଜିଲ୍ଲାପାଳ ସଂମ୍ମାନିତ କରିଥିଲେ |
ପରେ ରଙ୍ଗ ମଞ୍ଚିୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା |
ଓଡିଶୀ, ପାଲା, ସମ୍ବଲପୁରୀ, ଦେଶାତ୍ମବୋଧକ, ନାଟକ, ଯୋଗ, ବ୍ୟାୟାମ, ଭାଙ୍ଗଡ଼ା, ଘୋଷ ଇତ୍ୟାଦି କାର୍ଯ୍ୟକ୍ରମରେ ପ୍ରାୟ ୬୦୦ ଶିଶୁ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରାଇଥିଲେ |ଏହି କାର୍ଯ୍ୟକ୍ରମକୁ ୧୫୦୦ ରୁ ଉର୍ଦ୍ଧ ଦର୍ଶକ ମନ ଆନନ୍ଦରେ ଉପଭୋଗ କରୁଥିବାର ଦେଖିବାକୁ ମିଳିଥିଲା |ଶୀତର ତାଡନାକୁ ଭୁକ୍ଷେପ ନ କରି ଦର୍ଶକ ମନେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ |
ଗୁରୁମା ଅଞ୍ଜଳି ପରିଡାଙ୍କ ସହଯୋଗ ଏବଂ ବିଦ୍ୟାଳୟର ସମସ୍ତ ଗୁରୁମା ଗୁରୁଜୀ, ସେବିକା ସେବକ,ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ଏବଂ ସ୍ଥାନୀୟ ବରେଣ୍ୟ ବ୍ୟକ୍ତି ମାନଙ୍କର ସହଯୋଗରେ କାର୍ଯ୍ୟକ୍ରମ ସରସ ସୁନ୍ଦର ହୋଇଥିଲା |
କାର୍ଯ୍ୟକ୍ରମ କୁ ଅରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱ କରିଥିବା ବେଳେ ଭବାନୀ ଶଙ୍କର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ |