ପୁରୀ ,ଗୋପାଳପୁର ପଡ଼ିଆରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ମାରୁତି ନଗର ପୁରୀ ଏକାଦଶତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ରୂପେ ପ୍ରଫେସର ଡ଼ଃ ଶତ୍ରୁଘ୍ନ ପାଣିଗ୍ରାହୀ ଯୋଗଦାନ କରି ମା ସରସ୍ବତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂପାଦକ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବିନୋଦ କୁମାର ସେନାପତି ବିବରଣୀ ପଠନ କରିଥିଲେ।ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଭାରତୀୟ ସଂସ୍କୃତି ଏବଂ ଏହାର ପୁନରୁଦ୍ଧାରରେ ଶିଶୁ ମନ୍ଦିରର ଭୂମିକା ଉପରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ଡଃ ପଦ୍ମଲୋଚନ ରାଉତ ଆଦର୍ଶ ମାନବ ଗଠନର ଶିଶୁ ମନ୍ଦିରର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ।ମୁଖ୍ୟ ବକ୍ତା ଶ୍ରୀମନ ବିନୟ କୁମାର ଭୂୟାଁ ଭାରତୀୟ ସଂସ୍କୃତିର ପୁନଃରୁଦ୍ଧାରରେ ସନାତନ ଧର୍ମର ଭୂମିକା ଉପରେ ଆଲୋକପାତ କରି ଆମକୁ ଦେଶପ୍ରୀତିରେ ବ୍ରତୀ ହେବାକୁ ପଡିବ, ଏହା ହିଁ ଆଜିର ଆହ୍ଵାନ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହି ଅବସରରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସଭା ଶେଷରେ ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Related Stories
November 25, 2024