-
୫.୫ ଡ଼ିଗ୍ରୀ ସହ ସେମିଳିଗୁଡା ଦ୍ଵିତୀୟ
ଭୁବନେଶ୍ଵର, ବଙ୍ଗୋପସାଗରରେ ସକ୍ରିୟ ଅବପାତ ପ୍ରଭାବରେ ଶୁଷ୍କ ଥଣ୍ଡା ଉତରା ବାୟୁ ଆକର୍ଷିତ ହେଉଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାତ୍ରି ତାପମାତ୍ରା ତଳକୁ ଖସିବା ସହ ଶୀତ ସାମାନ୍ୟ ବୃଦ୍ଧି ହୋଇଛି । କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଠାରେ ୫ ଡ଼ିଗ୍ରୀ ଏବଂ କୋରାପୁଟର ସେମିଳିଗୁଡା ଠାରେ ରାତ୍ରି ତାପମାତ୍ରା ୫.୫ ଡ଼ିଗ୍ରୀ ରେକର୍ଡ କରାଯାଇଛି । ୫ ଡ଼ିଗ୍ରୀ ରାତ୍ରି ତାପମାତ୍ରା ସହ ଜି.ଉଦୟଗିରି ରାଜ୍ୟର ଥଣ୍ଡା ସହର ଏବଂ ୫.୫ ଡ଼ିଗ୍ରୀ ସହ ସେମିଳିଗୁଡା ଦ୍ଵିତୀୟ ସ୍ଥାନରେ ରହିଛି ।
ଏହା ବ୍ୟତୀତ କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ୭ ଡ଼ିଗ୍ରୀ, ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ୭.୫ ଡ଼ିଗ୍ରୀ, ସମ୍ବଲପୁର ଜିଲ୍ଲାର ଚିପିଲିମାରେ ୮.୮ ଡ଼ିଗ୍ରୀ, କୋରାପୁଟରେ ୯ ଡ଼ିଗ୍ରୀ, କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ୯.୫ ଡ଼ିଗ୍ରୀ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ୯.୮ ଡ଼ିଗ୍ରୀ, ଅନୁଗୁଳରେ ୧୦ ଡ଼ିଗ୍ରୀ ଏବଂ ସୁନ୍ଦରଗଡ଼ରେ ରାତ୍ରୀକାଳୀନ ତାପମାତ୍ରା ୧୦ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ସେହିପରି ଟ୍ଵିନ ସିଟି ଭୁବନେଶ୍ଵର ଏବଂ କଟକରେ ୧୪ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।