ବଲାଙ୍ଗିର,ବଲାଙ୍ଗିର ଜିଲ୍ଲା ସ୍ତରୀୟ ଗଣିତ ଦିବସ ଗତକାଲି ସ୍ଥାନୀୟ ପତିତପାବନ ଏକାଡେମୀ ଠାରେ ପାଳିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ଦୈନନ୍ଦିନ ଜୀବନରେ ଛାତ୍ରଛାତ୍ରୀ ମାନଙ୍କ ଗଣିତ କିପରି କାମରେ ଆସେ ତା ଉପରେ ଆଲୋକପାତ କରିଥିଲେ। ବିଜ୍ଞାନ ତତ୍ଵାବଧାରକ ସରୋଜ କୁମାର ନାୟକ ଦିବସର ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ହିଆଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମ ଗୋପାଲ ଖମାରି ଶର୍ମା ରାମାନୁଜନଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ। ପି ପି ଏକାଡେମୀ ପ୍ରଧାନ ଶିକ୍ଷକ ଶିନୂ ସୁନ୍ଦର ପାଢୀ ଓ ସନାତନ ଠାକୁର ମଧ୍ୟ ଉପସ୍ଥିତ ଥିଲେ। ବିଜ୍ଞାନ ଶିକ୍ଷକ ଅନିଲ ନନ୍ଦ ରାମାନୁଜଙ୍କ ଜୀବନୀ ଉପରେ ପାୱାର ପଏଣ୍ଟ ମାଧ୍ୟମରେ ତଥ୍ୟ ପ୍ରଦାନ କରିଥିଲେ ଏବଂ କାଗଜ ମଡେଲ ଉପରେ ବିଭିନ୍ନ ଗାଣିତିକ ସୂତ୍ର ପ୍ରଦାନ କରିଥିଲେ। ବିଶେଷ କରି ପାଇ(କ)ର ମୂଲ୍ୟ ମାଧ୍ୟମରେ ଛାତ୍ର ଶୃଙ୍ଖଳ କାର୍ଯ୍ୟକ୍ରମ ମନାଛୁଆଁ ହୋଇଥିଲା। ଗଣିତ ଦିବସ ଉପଲକ୍ଷେ କୁଇଜ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ପି ଆର୍ ହାଇ ସ୍କୁଲ୍ ର ସୋମନାଥ ମହାରଣା ପ୍ରଥମ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ମାମା ମନହିରା ଦ୍ଵିତୀୟ, ସରସ୍ଵତୀ ବିଦ୍ୟାମନ୍ଦିର କଲେଜ ଛକର ପ୍ରତ୍ୟୁଷମାନ ପଣ୍ଡା ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ଶିକ୍ଷାଧିକାରୀଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।
ଅଶ୍ୱିନୀ ଷଡଙ୍ଗୀ, ବିଶ୍ଵଜିତ ପଧାନ, ଶିବପ୍ରସାଦ ତ୍ରିପାଠୀ ତଥା ବିଜ୍ଞାନ କମିଟିର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ହାତ ବଢ଼ାଇ ଗଣିତ ଦିବସ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।