ଭୁବନେଶ୍ୱର, ମାଧ୍ୟମିକ ଶିକ୍ଷକ ସଂଘ କର୍ମକର୍ତ୍ତାମାନେ ବିଭିନ୍ନ ଦାବି ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଭୁବନେଶ୍ୱର ବାସଭବନ ଘେରିଛନ୍ତି।। ପ୍ଲାକାର୍ଡ ଧରି ଶିକ୍ଷକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଏହି ଅବସରରେ ଆନ୍ଦୋଳନ କରୁଥିବା ଶିକ୍ଷକ ସଂଘର କର୍ମକର୍ତା ମାନେ କହିଛନ୍ତି ସେମାନଙ୍କ ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ମିଳିନାହିଁ, ସେପର୍ଯ୍ୟନ୍ତ ଏହି ଘେରାଉ ଜାରି ରହିବ ।
ସେମାନେ ନୂତନ ପେନସନ ଯୋଜନା ଭୁକ୍ତ କରାଯିବା ସହ ଏଥିସହ ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତ ହୋଇଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ୬ ବର୍ଷ ଚୁକ୍ତି ଅବଧିକୁ ମୂଳ ଚାକିରି ସହ ଯୋଡିବା ତଥା ୬ଟି ନ୍ୟାସନାଲ ଇନକ୍ରିମେଂଟ ଦିଆଯାଉ ବୋଲି ଦାବି କରିଛନ୍ତି ।