-
ଯୋଗେଶଚନ୍ଦ୍ର ଦାସ ପାଇବେ ଅଟଳ କବିତା ସମ୍ମାନ
-
ପରମେଶ୍ୱର ଦାଶ ପାଇବେ ଅଟଳ ସମାଜସେବୀ ସମ୍ମାନ
ଭୁବନେଶ୍ୱର, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ୯୮ ତମ ଜନ୍ମ ଦିବସ ପାଳନ ଅବସରରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସରରେ ୭ମ “ଅଟଳ ସମ୍ମାନ – ୨୦୨୨” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସାଂସ୍କୃତିକ ପ୍ରକୋଷ୍ଠର ଅଧ୍ୟକ୍ଷ ଗୀତିକାର ପଂଚାନନ ନାୟକ ସୂଚନା ଦେଇଛନ୍ତି ।
ସମାଜସେବୀ ସଂଗଠକ, ପୂର୍ବତନ ବିଧାୟକ ଏବଂ ବନବାସୀ ଜନନେତା ପୁରୁଷୋତମ ନାଏକଙ୍କୁ “ଅଟଳ ସମ୍ମାନ -୨୦୨୨” ସମ୍ମାନରେ ସମ୍ମାନୀତ କରାଯିବ । ଗୀତିକବି, ରାଷ୍ଟ୍ରବାଦୀ କବି, ବ୍ୟଙ୍ଗ ଲେଖକ ତଥା କାର୍ଟୁନିଷ୍ଟ ଯୋଗେଶଚନ୍ଦ୍ର ଦାସଙ୍କୁ “ଅଟଳ କବିତା ସମ୍ମାନ -୨୦୨୨” ରେ ପ୍ରଦାନ କରାଯିବା ସହ ବରିଷ୍ଠ ସମାଜସେବୀ, ସଂଗଠକ, ସମବାୟବିତ୍ ଏବଂ ଦୁଃଖୀ ଜନତାର ବନ୍ଧ ପରମେଶ୍ୱର ଦାଶ (ବୁଲନ ଭାଇ)ଙ୍କୁ ମଧ୍ୟ “ଅଟଳ ସମାଜସେବୀ ସମ୍ମାନ-୨୦୨୨”ରେ ସମ୍ମାନୀତ କରାଯିବ ।
ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତୃବୃନ୍ଦ ଯୋଗଦେବେ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି । ଏହି ଅବସରରେ ଓଡ଼ିଶା ଚଳଚିତ୍ର ଜଗତର ଚର୍ଚ୍ଚିତ ଚେହେରା ଅଶ୍ରୁମୋଚନ ମହାନ୍ତି, ସାଂସ୍କୃତିକ ପ୍ରକୋଷ୍ଠର ସହସଂଯୋଜକ ଅର୍ଚ୍ଚନା ପଲାଇ, ସଞ୍ଜିବ୍ ମିଶ୍ର ଉପସ୍ଥିତ ଥିଲେ ।