କନ୍ଧମାଳ,ଆସନ୍ତା ୨ ୭ ଓ ୨ ୮ ରେ ବିଶ୍ଵ ପୁରୁଷ ହକି କପ ଟ୍ରଫି ଟୁର ଅବସରରେ କନ୍ଧମାଳ ଜିଲ୍ଲାରେ ବିପୁଳ ସ୍ଵାଗତ ସମ୍ବର୍ଧନା କରିବା ପାଇଁ ଶୁକ୍ରବାର ଜିଲ୍ଲାପାଳଙ୍କ ସଦଭାବନା ଗୃହ ଠାରେ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଜିଲ୍ଲା ପରିଷଦ ବିଶ୍ଵ ରଞ୍ଜନ ନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ ଆଶିଷ ଈଶ୍ଵର ପାଟିଲ, ଉପ ଜିଲ୍ଲାପାଳ ଶେଷ ଦେବ ମିଶ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମ ଯେପରି ଆକର୍ଷଣୀୟ ଓ ସଫଳ ହେବ ସେଥିପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ।
ଆସନ୍ତା୨ ୭ ତାରିଖ ସନ୍ଧ୍ୟା ୬ ଟା ରେ ଟ୍ରଫି ଜିଲାର ଖଜୁରୀପଡା ବ୍ଲକ ରେ ପହଂଚିବା ପରେ ସେଠାରେ ବ୍ଲକ ପ୍ରଶାସନ, ଲୋକ ପ୍ରତିନିଧି, ବିଭିନ୍ନ ନାଗରିକ କମିଟି, କ୍ଲବ, ପକ୍ଷରୁ ଊଛସ୍ବୀତ ସମ୍ବର୍ଧନା ଦେବା ଲାଗି ନିଷ୍ପତି ହୋଇଛି।
ସେହିପରି ଏକ ମିନି ମାରାଥନର ଆୟୋଜନ କରାଯାଇଛି। ଏହାପରେ ଟ୍ରଫି ଫୁଲବାଣୀର କରୋନେସନ ପଡିଆରେ ରାତି ୭ଟା ୩୦ରେ ପହଂଚିବ। ପହଁଚିଲା ପରେ ସ୍ଵାଗତ କରାଯିବ। ଏଥି ସହ ନାଚ ଗୀତ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ତାପରେ ଟ୍ରଫି କୁ ସର୍କିଟ ହାଉସ ରେ ପୋଲିସ ର କଡା ସୁରକ୍ଷା ମଧ୍ୟରେ ରଖାଯିବ। ପରଦିନ ଟ୍ରଫି କୁ ଜଗନ୍ନାଥ ମନ୍ଦିରକୁ ଅଣାଯାଇ ସେଠାରେ ସର୍ବସାଧାରଣ ଦେଖିବା ପାଇଁ ରଖାଯିବ।
ପରେ ଏକ ରା଼ଲି କୋର୍ଟ ଛକରୁ ବାହାରି ନାଚଗୀତ, ବାଦ୍ୟ ସହ ମୁଖ୍ୟରାସ୍ତା ଦେଇ ମାଦିକୁନ୍ଦା ଛକ ଦେଇ ମହିଳା ମହାବିଦ୍ୟାଳୟ ଦେଇ ଗାନ୍ଧୀ ଛକ, ଡିଆରଡିଏ ଦେଇ କରୋନେସନ ଗ୍ରାଉଣ୍ଡରେ ପହଂଚିବ। ରା଼ଲିରେ ଜିଲ୍ଲା ପ୍ରଶାସନ, କ୍ରୀଡ଼ା ସଂଘ, ପ୍ରେସ କ୍ଲବ, ମୋଟର ଚାଳକ ସଂଘ, ଫୁଲବାଣୀ କ୍ଲବ, ସ୍କାଉଟ ଗାଇଡ଼, ଏନସିସି, ପୋଲିସ, ଅଗ୍ନିଶମ ବିଭାଗ, ସମେତ ସହରର ବୁଦ୍ଧିଜୀବୀ, ମହିଳା ସଂଗଠନ ଯୋଗ ଦେବେ। ଅନ୍ୟମାନଙ୍କ ମଧ୍ୟରେ ସିଡିଏମଓ ପୌର ଅଧିକାରୀ ବଳଦେବ ବେହେରା, କ୍ରୀଡ଼ା ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ, ସଂସ୍କୃତି ଅଧିକାରୀ, କ୍ରୀଡ଼ା ଅଧିକାରୀଙ୍କ ସମେତ ଜିଲ୍ଲା ସୂଚନା ଅଧିକାରୀ ପ୍ରଭାକର ମହାରଣା ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।