ମାଲକାନଗିରି, ଭାରତୀୟ ରେଡକ୍ରସ୍ ସଂସ୍ଥାର ପଞ୍ଜାବ ରାଜ୍ୟ ଶାଖା ଦ୍ବାରା ଜାତୀୟ ସ୍ତରରେ ବିଭିନ୍ନ ରାଜ୍ୟର ଜୁନିଅର ରେଡ଼କ୍ରସ ସ୍ବେଚ୍ଛାସେବୀ ମାନଙ୍କ ମଧ୍ୟରେ ବୈଚାରିକ ଆଦାନପ୍ରଦାନ ବୃଦ୍ଧି ଓ ଯୁବ ସ୍ଵେଚ୍ଛାସେବୀଙ୍କୁ ପ୍ରୋତ୍ସାହିତ କରିବା ଲାଗି ନେସନାଲ ୟୁଥ୍ ଏକ୍ସଚେଞ୍ଜ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।୧୫ ରୁ ୧୮ ବର୍ଷ ବୟସର ରେଡକ୍ରସ ସ୍ଵେଚ୍ଛାସେବୀ ମାନେ ତା ୨୪.୧୨.୨୦୨୨ରିଖରୁ ତା ୨୯. ୧୨.୨୦୨୨ ରିଖ ପର୍ଯ୍ୟନ୍ତ ଅମୃତସର ସହରର ଭାରତୀୟ ବିଦ୍ୟା ଭବନ ଦ୍ଵାରା ପରିଚାଳିତ ସଚନ ଲାଲ ପବ୍ଲିକ ସ୍କୁଲ ଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେଇ ପାରିବେ । ଓଡ଼ିଶା ରାଜ୍ୟ ଶାଖା ତରଫରୁ ଗୋଟିଏ ଚଉଦ ଜଣିଆ ଦଳ ଉକ୍ତ କାର୍ଯ୍ୟକ୍ରମରେ ଭାଗ ନେବା ଲାଗି ଆଜି ଭୁବନେଶ୍ଵରରୁ ବାହାରିଛନ୍ତି । ରେଡକ୍ରସ ଅବୈତନିକ ସଚିବ ବିଭୂତି ଭୂଷଣ ପଟ୍ଟନାୟକ, କୋଷାଧ୍ୟକ୍ଷ ଭବାନୀ ପ୍ରସାଦ ନନ୍ଦ, ଯୁବ ରେଡକ୍ରସ୍ ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା ଏବଂ ଜୁନିଅର ରେଡକ୍ରସ ଅଧିକାରୀ ଲକ୍ଷ୍ମଣ କୁମାର ସ୍ଵାଇଁ ଦଳର ସମସ୍ତ ସଦସ୍ୟଙ୍କୁ ଏଥିଲାଗି ଅଭିନନ୍ଦନ ଜଣାଇବା ସହିତ ଜାତୀୟ ସ୍ତରରେ ଓଡିଶାର ଗୌରବକୁ ଅଧିକ ଉଚ୍ଚକୁ ନେବାଲାଗି ପ୍ରୋତ୍ସାହିତ କରିଛନ୍ତି । ଦଳର ସଦସ୍ୟ ଭାବେ ମାଲକାନଗିରି ଜିଲ୍ଲାରୁ ପାଞ୍ଚ ଜଣ, କଟକ ଜିଲ୍ଲାରୁ ପାଞ୍ଚ ଜଣ ଓ ମୟୂରଭଞ୍ଜ ଜିଲ୍ଲାରୁ ଦୁଇ ଜଣ ଲେଖାଏଁ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ମାଲକାନଗିରି ଜିଲ୍ଲା ଯୁବ ରେଡ଼କ୍ରସ୍ ସଂଯୋଜକ ଜି. ଆଶିଷ ରାଠୋର ଏବଂ ଉଦୟନାଥ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ , ଅଡସପୁର, କଟକର ଯୁବ ରେଡ଼କ୍ରସ ପରାମର୍ଶଦାତ୍ରୀ ଅମିତା ବାଳା ମହାନ୍ତି ଏହି ଦଳର ନେତୃତ୍ବ ନେଇଛନ୍ତି ।
ଏହିଦଳ ରେଡ଼କ୍ରସ କାର୍ଯ୍ୟ ପନ୍ଥା, ବିଦ୍ୟାଳୟ ପରିଚାଳନା, ପ୍ରାଥମିକ ଚିକିତ୍ସା ଆଦି ସମ୍ପର୍କରେ ତାଲିମ ଗ୍ରହଣ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବେ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଜାତୀୟ ସ୍ତରରେ ପ୍ରସ୍ତୁତ କରିବେ ।