ଭୁବନେଶ୍ୱର, ମମିତା ମେହେର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ କରାଯାଉ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲାର ଶିକ୍ଷୟିତ୍ରୀ ସ୍ୱର୍ଗତ ମମିତା ମେହେର ହତ୍ୟା ମାମଲା ଭଳି ଏକ ସମ୍ବେଦନଶୀଳ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ମୃତ୍ୟୁବରଣ କରିବା ଓ ଡିଏନଏ ପରୀକ୍ଷାରେ ଅସାମଞ୍ଜସ୍ୟ ଦେଖାଯିବାସନ୍ଦେହ ତିଆରି କରୁଛି । ଏହାସହ ଅନେକ ପ୍ରଶ୍ନ ସୃଷ୍ଟି କରୁଛି, ଯାହା ଶୁଭ ଲକ୍ଷଣ ନୁହେଁ ।
ଗୃହ ବିଭାଗ ଅନ୍ତର୍ଗତ ବିଶେଷ ଭାବରେ ପୋଲିସ ଓ ଜେଲ ବିଭାଗର ପ୍ରମୁଖ ଅଧିକାରୀମାନେ ଏହି ଘଟଣାର ତଦନ୍ତ ପ୍ରକ୍ରିୟା ନେଇ ସଠିକ୍ ଉତର ରଖିବା ଦରକାର । ଏହି ଘଟଣାରେ ଶାସନ ବ୍ୟବସ୍ଥାରେ ଥିବା ରାଜନୈତିକ ବ୍ୟକ୍ତିମାନେ ଉତର ରଖିବା ଦରକାର । ପ୍ରଜାତନ୍ତ୍ରରେ ଉତରଦାୟିତ୍ୱର ମହତ୍ୱ ରହିଛି । ତଦନ୍ତର ସ୍ୱଚ୍ଛତା ପାଇଁ ନିରପେକ୍ଷ ତଦନ୍ତ କରାଯିବା ଆବଶ୍ୟକ ।