-
ପାରମ୍ପରିକ ନୃତ୍ୟ ଓ ସଙ୍ଗୀତ ରେ ଝୁମିଲେ ଦର୍ଶକ
ପୁରୀ ,ଲିଙ୍ଗରାଜ କଳା ନିକେତନ ର ୩୨ ତମ ବାର୍ଷିକ ଉତ୍ସବ ଶ୍ରୀ ଜଗନ୍ନାଥ ଶରଣଂ ନୃତ୍ୟ ସଙ୍ଗୀତ ସମାରୋହ ପାଳନ କରାଯାଇଛି ।ଉକ୍ତ ଉତ୍ସବ ରେ ମାନ୍ୟବର ବିଧାୟକ, ପୁରୀ,ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ ଉଦ୍ଘାଟକ ଓ ମୁଖ୍ୟ ଅତିଥି , ପ୍ରଫୁଲ୍ଲ କୁମାର ସାମନ୍ତରାୟ , ପ୍ରାକ୍ତନ ଜିଲ୍ଲା ସଂସ୍କୃତି ଅଧିକାରୀ ପୁରୀ ଙ୍କ ସଭାପତିତ୍ୱ ରେ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ହେମନ୍ତ କୁମାର ବେହେରା ,ଜିଲ୍ଲା ସଂସ୍କୃତି ଅଧିକାରୀ ,ପୁରୀ,ଶ୍ରୀଯୁକ୍ତ ସନାତନ ଦାସ ,ସମାଜ ସେବୀ ,ଶ୍ରୀଯୁକ୍ତ ଶୁଭାଶିଷ ଖୁଣ୍ଟିଆ , ବିଶିଷ୍ଟ ନାଟ୍ୟକାର ଶ୍ରୀଯୁକ୍ତ ଭରତ କୁମାର ନାୟକ,ରାଜ୍ୟ ବିଜୁ ଜନତା ଦଳ, ଉପସଭାପତି ,ଗୁରୁ ଶ୍ରୀଯୁକ୍ତ ଦୁର୍ଗାଚରଣ ରଣବୀର୍,ରାଜ୍ୟ ତଥା କେନ୍ଦ୍ର ସଙ୍ଗୀତ ନାଟକ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ,ଗୁରୁମା ଆରତୀ ରଣବୀର୍,ଶ୍ରୀଯୁକ୍ତ ଭଗବାନ୍ ସୁଆର , ସେବାୟତ, ଶ୍ରୀମାନ କିରଣ ସୁଆର ,ସେବାୟତ ଏବଂ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ର,ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଶ୍ରୀଯୁକ୍ତ ଧବଳେଶ୍ଵର ମିଶ୍ର ,ଉପସଭାପତି ଗଣେଶ୍ୱର ପ୍ରହରାଜ , ଉପlଦକ୍ଷ ଶ୍ରୀଯୁକ୍ତ ଲୋକନାଥ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।
ଜଗନ୍ନାଥ ମିଶ୍ର ସଂପାଦକୀୟ ବିବରଣୀ ପାଠ କଲେ ।ଏହି ଅବସରରେ କବିତିଳକ ଆର୍ତ୍ତତ୍ରାଣ ଶତପଥୀ ଏବଂ ଶ୍ରୀମତୀ ଗାୟତ୍ରୀ ରଣବୀର ଙ୍କୁ ଲିଙ୍ଗରାଜ ମିଶ୍ର ସ୍ମୃତି ସମ୍ମାନ ପ୍ରଦାନ କରାଗଲା।ଏଥିରେ ଅନୁଷ୍ଠାନ ର ନୃତ୍ୟ ଗୁରୁ ମନୋଜ ପ୍ରଧାନ ଏବଂ ନୃତ୍ୟ ଗୁରୁ ନନ୍ଦିତା ପ୍ରିୟ ଦର୍ଶିନି ମହାନ୍ତି ଙ୍କ ସଂଯୋଜନା ରେ ପିଲାମାନେ ଭଗବତୀ ଷ୍ଟକମ ,କାଳୀ ସ୍ତୁତି ଆଦି ନୃତ୍ୟ ପରିବେଷଣ କରିଥିଲେ ଏବଂ ଗୁରୁ ପ୍ରକାଶ କୁମାର ରଥ ଙ୍କ ନିର୍ଦ୍ଦେଶନାରେ ଛାନ୍ଦ, ଓଡ଼ିଶୀ, ଗୀତଗୋବିନ୍ଦ ଆଦି ଗାନ କରା ଯାଇଥିଲl। ଶ୍ୟାମ ପ୍ରକାଶ ସେନାପତି ଓ ଗଣେଶ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଏଥିସହିତ ଚିତ୍ରକଳା ଗୁରୁ ଶ୍ରୀଯୁକ୍ତ ଅଜୟ କୁମାର ମହାନ୍ତି ସହଯୋଗ କରିଥିଲେ।ଦର୍ଶକ ମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉପଭୋଗ କରୁଥିଲେ।