ଭୁବନେଶ୍ୱର, ଗୋବିନ୍ଦ ସାହୁ ମୃତ୍ୟୁ ମାମଲାରେ ରାଜ୍ୟପାଳଙ୍କୁ ଫେରାଦ ହୋଇଛି ରାଜ୍ୟ କଂଗ୍ରେସ । କଂଗ୍ରେସ ନେତୃବୃନ୍ଦ ରାଜ୍ୟପାଳଙ୍କୁ ଜଣାଇଛନ୍ତି ଯେ ଜେଲ୍ ଭିତରେ ଗୋବିନ୍ଦ ସାହୁର ଆତ୍ମହତ୍ୟା ସନ୍ଦେହ ସୃଷ୍ଟି କରୁଛି । ମୁଖ୍ୟମନ୍ତ୍ରୀଙ୍କ ବିଭାଗରେ ଏହା ହୋଇଥିବାରୁ ସେ ଏଥିପାଇଁ ଉତରଦାୟୀ ।
ମମିତା ହତ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର ନେଇ ଏଯାବତ ତଦନ୍ତ ହୋଇନି । ରାଜ୍ୟପାଳ ଏହି ସମସ୍ତ ଘଟଣାର ସାନି ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରିଛି କଂଗ୍ରେସ । ଏଥିସହ ହାଇକୋର୍ଟଙ୍କ ତତ୍ୱାବଧାନରେ ଏସଆଇଟି ସ୍ତରୀୟ ତଦନ୍ତ ହେବା ଦରକାର ବୋଲି କହିଛନ୍ତି କଂଗ୍ରେସ ନେତା । ରାଜ୍ୟପାଳଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ଥିଲେ ବିଧାୟକ ସନ୍ତୋଷ ସିଂ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହୀ, ଗଣେଶ୍ୱର ବେହେରା ପ୍ରମୁଖ ।