ଗ୍ରାହକ ଉଦ୍ଧାର : ଗେଷ୍ଟ ହାଉସ୍ କର୍ମଚାରୀ ଗିରଫ
ଜଗତସିଂହପୁର, ୨୭ ନଭେମ୍ବର (ହି.ସ.)- ଆଜି ଅପରାହ୍ନରେ ଜଗତସିଂହପୁର ସଦର ପୋଲିସର ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ସ୍ଥାନୀୟ ବୃନ୍ଦାବନ ଗେଷ୍ଟ ହାଉସ୍ ଉପରେ ଅଚାନକ ଚଢ଼ଉ କରି ସେଠାରୁ ୭ ଜଣ ଗ୍ରାହକ ଓ ୬ ଜଣ ଦେହଜିବୀଙ୍କୁ ଉଦ୍ଧାର କରିଥିଲେ । ଘଟଣାରେ ଗେଷ୍ଟ ହାଉସ୍ ର ଜଣେ କର୍ମଚାରୀଙ୍କୁ ପୋଲିସ ଗିରଫ କରିଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି । ସଂନ୍ଧ୍ୟା ୭ଟା ସୁଦ୍ଧା ୫ ଜଣ ଯୁବତୀଙ୍କ ଅବିଭାବକଙ୍କୁ ଡ଼କାଇ ତାଙ୍କ ଜିମାରେ ଛଡାଯାଇଛି । ତେବେ ଅନ୍ୟମାନଙ୍କୁ ଏନେଇ ପଚରା ଉଚୁରା ଜାରୀ ରହିଛି ।
ଏଠାରେ ପ୍ରକାଶଯୋଗ୍ୟ ଯେ, ଏହି ଅନୈତିକ କାର୍ଯ୍ୟ (ସେକ୍ସ ର୍ୟାକେଟ୍) ବହୁ ଦିନରୁ ଏଠାରେ ଚାଲି ଆସୁଥିଲେ ସୁଦ୍ଧା ପୋଲିସ କିପରି ଆଜିଯାଏଁ ଏ ସମ୍ବନ୍ଧରେ କିଛି ଜାଣିପାରିନଥିଲା ଏବଂ ଆଜିର ଏହି ଚଢ଼ଉ ସମସ୍ତଙ୍କୁ ଚକିତ କରିଛି ।
Related Stories
November 24, 2024
November 24, 2024