ଭୁବନେଶ୍ଵର, ଆଜି ଦକ୍ଷିଣ-ପଶ୍ଚିମ ତଥା ପାର୍ଶ୍ଵବର୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଂଚଳରେ ସୃଷ୍ଟି ହୋଇଥିବା ଅବପାତର କୌଣସି ସିଧାସଳଖ ପ୍ରଭାବ ରାଜ୍ୟ ଉପରେ ନାହିଁ । ଏହି ଅବପାତ ଆଗାମୀ ୨୪ ଘଂଟା ଯାଏଁ ଉତର-ଉତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ଥିବାବେଳେ ପରବର୍ତୀ ସମୟରେ ଏହା ଗତି ପଥ ପରିବର୍ତନ କରିବା ସହ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ କୋମୋରିନ ଅଂଚଳକୁ ଗତି କରି ଶ୍ରୀଲଙ୍କା ଦେଇ ଗତି କରିବାର ସମ୍ଭାବନା ରହିଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Related Stories
November 23, 2024