କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ପୁରୀ ଜିଲ୍ଲା ଶିକ୍ଷା ମଣ୍ଡଳ କାର୍ଯ୍ୟଳୟ ପରିସର ରେ ଏକନୂତନ କାର୍ଯ୍ୟାଳୟ ଗୃହ ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଉତ୍ସବ ରେ ଶିକ୍ଷା ମନ୍ତ୍ରି ସମୀର ଦାସ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। ଏହି ଗୃହ ନିର୍ମାଣ ପାଇଁ ପ୍ରାୟ ତିନିକୋଟି ବୟାଅଶି ଲକ୍ଷ ଟଙ୍କା ର ଅଟକଳ କରା ଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।ଏହି ପ୍ରକଳ୍ପ କୁ ଆସନ୍ତା ୧୧ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରି ଆସନ୍ତା ବର୍ଷ 2023 ରେ ଉଦଘାଟନ କରିବାର ଯୋଜନା ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ନୂତନ ଗୃହ ରେ ସମ୍ମିଳନୀ କକ୍ଷ ସହ ଆଧୁନିକି କରଣ କରାଯିବ ।ଏହି କାର୍ଯ୍ୟାଳୟ ର ନିର୍ମାଣ କାର୍ଯ୍ୟ ନିର୍ମାଣ ବିଭାଗ କରୁଥିବା ର ମନ୍ତ୍ରି ସୂଚନା ଦେଇଛନ୍ତି ।ଏହି କାର୍ଯ୍ୟକ୍ରମ ରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ,ବିଧାୟକ ଉମାକାନ୍ତ ସାମନ୍ତରାୟ,ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱଜିତ୍ ଘୋଷ ଓ ବିଭିନ୍ନ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଓ ଶିକ୍ଷକ ତଥା ଛାତ୍ରୀ ଛାତ୍ର ମାନେ ଯୋଗ ଦେଇଥିଲେ।
Related Stories
November 25, 2024