ନୂଆଦିଲ୍ଲୀ, ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ପାଇଁ ସ୍ଲୋଗାନ ନୁହେଁ ବରଂ ଏକ ଦାୟିତ୍ୱ । ପ୍ରଥମ ଥର ପାଇଁ ଜନଜାତୀୟ ସମାଜକୁ ଓ ନାୟକ ମାନଙ୍କୁ ଉଚିତ ସମ୍ମାନ ମିଳୁଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଜନଜାତୀୟ ନାୟକ ମାନଙ୍କର ଗୌରବଗାନ ହେଉ ବା ଜନଜାତୀୟ କଳା ଓ ଶିଳ୍ପର ପ୍ରସାର ବା ଜନଜାତୀୟ ଗଁ ଯାଏ ସମସ୍ତ ମୌଳିକ ସୁବିଧା ପହଂଚାଇବା କାମ ଅଟଳ ଜୀଙ୍କ ଠାରୁ ଆରମ୍ଭ କରି ପ୍ରଧାନମ୍ତ୍ରୀ ମୋଦୀଙ୍କ ଜନଜାତୀୟ କଲ୍ୟାଣ ବିଜେପିର ବିଚାରଧାରା ରହି ଆସିଛି ।
ସେ କହିଛନ୍ତି ଯେ ଗତ ୭୫ ବର୍ଷରେ ଜନଜାତିଙ୍କ ଉତ୍ଥାନ ନେଇ ଯାହା ହୋଇନଥିଲା ଗତ ୮ ବର୍ଷରେ ମୋଦି ସରକାର ତାହା କରିଦେଖାଇଛନ୍ତି । ୟୁପିଏ ସରକାରଙ୍କ ତୁଳନାରେ ଆଦାବାସୀଙ୍କ ପାଇଁ ମୋଦି ସରକାର ବଜେଟରେ ୫ ଗୁଣା ଅଧିକ ବ୍ୟୟବରାଦ କରିଛନ୍ତି । ଫଜନଜାତି ବିକାଶ ପାଇଁ ୨୦୧୪/୧୫ ବର୍ଷରେ ୧୯୪୩୭ ହଜାର କୋଟି ବଜେଟ ଥିଲା । ତେବେ ୨୦୨୧/୨୨ ବର୍ଷରେ ଏହା ୯୧ହଜାର କୋଟି ଟଙ୍କାରେ ପହଞ୍ଚିଛି । ମୋଦି ସରକାରଙ୍କ ଅମଳରେ ଫମୟୂରଭଞ୍ଜ ଭଳି ଗୋଟିଏ ଆଦିବାସୀ ଜିଲ୍ଲାରୁ ଆସି ଭାରତର ରାଷ୍ଟ୍ରପତି ହୋଇଛନ୍ତି’ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।