ମାଲକାନଗିରି, ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଆଇଟିସି ମିଶନ ସୁନେହରାକଲ ସହଯୋଗରେ ମମତା ମାତୃ ଓ ଶିଶୁ ସ୍ଵାସ୍ଥ୍ଯ ସଂଗଠନ ପକ୍ଷ୍ୟରୁ ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ବ୍ଳକ କାର୍ଯ୍ୟାଳୟ ପରିସରେ ଏକ ବୈଠକ ଅନୁଷ୍ଠିତ କରାଯାଇ ସ୍ଥାନୀୟ ଅଞ୍ଚଳରେ ଥିବା ଯୁବବର୍ଗ, ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା, ବିଭିନ୍ନ କ୍ଳବ, ସଂଘର ସଦସ୍ୟ ଓ ଏନଜିଓ କର୍ମୀମାନଙ୍କୁ ନେଇ ଗ୍ରାମାଞ୍ଚଳରେ ମାତୃ ଓ ଶିଶୁ ସ୍ଵାସ୍ଥ୍ଯର ସ୍ଥିତି, ଲୋକ ସ୍ୱାସ୍ଥ୍ୟ ସମୃଦ୍ଧି କ୍ଷେତ୍ରରେ ଗୋଷ୍ଠୀ ସମୁଦାୟଙ୍କ ଅବଦାନ ଓ ଏନଜିଓ କର୍ମୀଙ୍କ ଦାୟିତ୍ବ ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ମୁଖ୍ୟତଃ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ, ପରିମଳ ସୁଧାର ସହ ଅପପୁଷ୍ଟି ଦୂରୀକରଣ ପାଇଁ ଲୋକଙ୍କ ବ୍ୟବହାରିକ ପରିବର୍ତ୍ତନର ଆବଶ୍ୟକତା ନେଇ ଆଲୋଚନା କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଡିଆ ବିଡିଓ ଦାୟିତ୍ଵରେ ଥିବା କାର୍ତିକ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ଲକ ସାଂସଦ ପ୍ରତିନିଧି ଚୀନାମ ରାବିଡ଼ କୁମାର, ସ୍ଵେଚ୍ଛାସେବୀ ଏମଡି ଫାରୁକ୍, ପଡିଆ ଆଞ୍ଚଳିକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପରମାନନ୍ଦ ମହାପାତ୍ର, ପଡିଆ ବ୍ଲକ ଓଡିଶା ଜିବିକା ମିଶନର ଅନୁପ କୁମାର ମିଶ୍ର, ଡଃ ଅନୁପ କୁମାର ପରିଡା ଓ ମମତା ମାତୃ ଓ ଶିଶୁ ସ୍ଵାସ୍ଥ୍ଯ ସଂଗଠନର ରାଜ୍ୟ ମୁଖ୍ୟ ଡଃ ସୁରେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଡଃ ପରିଡା ଗ୍ରାମାଞ୍ଚଳରେ ଉପଲବ୍ଧ ବୃକ୍ଷଲତାକୁ କିଭଳି ଔଷଧ ଭାବେ ବ୍ୟବହାର କରାଯିବ ସେ ନେଇ ଆଲୋଚନା କରିଥିବା ବେଳେ ଡଃ ଜେନା ମାତୃ ଓ ଶିଶୁ ସ୍ଵାସ୍ଥ୍ଯ କୁ ସୁଦୃଢ଼ ପାଇଁ କରାଯିବାକୁ ଥିବା ବିଭିନ୍ନ ପ୍ରୟାସ ବାବଦରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅମିତ୍ କୁମାର ନମଦାସ, ସୁକାନ୍ତୀ ଲିମା ପ୍ରମୁଖ ଉପସ୍ଥିତ ଥିବା ବେଳେ ଝିଲି ସିଲ୍, ଗୋବିନ୍ଦ ସରଦାର, ରାଜେଶ କୁମାର ଓଝା, ପୂଜା ଚକ୍ରବର୍ତ୍ତୀ, ନୟାମୀ ଖରା, ତୁଳସୀ ମୁର୍ମୁ, କୋପୁରା ସୋରେନ, ସୀତା ଓ ପ୍ରଶାନ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ।
Related Stories
November 1, 2024