ମାଲକାନଗିରି, ମାଲକାନଗିରି ଜିଲା କାଲିମେଳା ସଦର ରେ ଥିବା ଭାରତୀୟ ବିଦ୍ୟା ନିକେତନ ଗୁରୁ କୁଳ କାଲିମେଳା ର ୫ମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇ ଯାଇଛି l ଏହି ଅବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ କାଲିମେଳା ଗ୍ରାମର ଗ୍ରାମ ଦେବୀ ଭୈରବୀ ମନ୍ଦିର କୁ ଯାଇ ସେଠାରେ ପୂଜା ଅର୍ଚ୍ଚନା କରିବା ପରେ ମଶାଲ ରେ ଅଗ୍ନି ପ୍ରଜ୍ବଳିତ କରି ଘୋଷ ବାଦ୍ୟ ବଜାଇ କାଲିମେଳା ସହର ପରିକ୍ରମା କରି ବିଦ୍ୟାଳୟ ରେ ପହଞ୍ଚି ଥିଲେ l ଏହି ଅବସରରେ ବିଦ୍ୟାଳୟ ପରିସରରେ ଅତିଥି ମାନଙ୍କୁ ସ୍ଵାଗତ କରାଯାଇ ଏକ ବାର୍ଷିକ କ୍ରୀଡା ର ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ଯ ନୀଳାମ୍ବର ନାୟକ ଙ୍କ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ସରପଞ୍ଚ ପୃଥୀରାଜ ମାଝୀ, ମୂଖ୍ୟ ବ୍ୟକ୍ତl ଭାବେ ଇ. ଭେଙ୍କଟ ରାଓ, ସାଂସଦ ପ୍ରତିନିଧି, ସମ୍ମାନିତ ଅତିଥି ଭାବେ ଶରତ ଚନ୍ଦ୍ର ବିଶ୍ଵାଳ, ବ୍ଲକ ବିଜୁ ଜନତା ସଭାପତି ପ୍ରମୁଖ ଉପସ୍ଥିତ ଥିଲେ l କାଯ୍ୟକ୍ରମ ପ୍ରାରମ୍ଭ ରେ ବିଦ୍ୟାଳୟର ଗୁରୁମା ଦିଗ୍ଦର୍ଶନ ରାଉତ ଅତିଥି ପରିଚୟ କରି ଥିବା ବେଳେ ବିଦ୍ୟଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ଗାନ କରାଯାଇ ଥିଲା ଏହା ପରେ ଅତିଥି ମାନେ ପିଲା ମାନଙ୍କୁ କ୍ରୀଡା ପାଇଁ ଉତ୍ସାହିତ କରିବା ସହ ବିଭିନ୍ନ ଜାତୀୟ, ଆନ୍ତର୍ଜାତୀୟ କ୍ରଡାବିତ୍ ମାନେ ଭଲ ଖେଳ କୁଦ କରି ଆମ ଦେଶ ର ଗୌରବ ଆଣିଛନ୍ତି ତାରା ଉଦାହରଣ ଦେବା ସହ ତୁମେମାନେ ଆଗାମୀ ଭବିଷ୍ୟତ ଓ ଦେଶ କର୍ଣ୍ଣ ଧାରା ବୋଲି କହିଥିଲେ l ପରେ ପ୍ରଧାନ ଆଚାର୍ଯ୍ଯ ପିଲାଙ୍କୁ କ୍ରୀଡା ପାଇଁ ଶ ପଥ ପାଠ କରିଥିଲେ l ଏହା ପରେ ମୁଖ୍ୟ ଅତିଥି ଙ୍କ ଦ୍ଵାରା କ୍ରୀଡା ଶୁଭା ଆରମ୍ଭ ଘୋଷଣା କରିଥିଲେ l କ୍ରୀଡା ଆରମ୍ଭ ରେ ୧୦୦/୨୦୦ ମିଟର ଦୌଡ, ଲମ୍ବ ଡିଆ, ଉଚ୍ଚ ଡିଆ, ମିଉଜିକ୍ ଚେୟାର, ଚିତ୍ରାଙ୍କନ, ସଙ୍ଗୀତ, ଇତ୍ଯାଦି ଖେଳ ଅନୁଷ୍ଠିତ ହୋଇଥିଲା ଏହି କ୍ରୀଡା ଦୁଇ ଦିନ ଧରି ଚାଲିବ l ଏହି କ୍ରୀଡ଼ାକୁ ବିଦ୍ୟାଳୟ ର ଗୁରୁଜୀ ସାଗର ବିଶ୍ବାସ, ଭାରତୀ ମହାପାତ୍ର, ଶୈଲେନ୍ଦ୍ର ସାହୁ, ବିଜୟ ଲକ୍ଷ୍ମୀ ଚକ୍ରବର୍ତ୍ତୀ, ବନମାଲl ମଣ୍ଡଳ, ମିତା ତାପାଲି, ଶିବାନୀ ସରକାର, ପ୍ରଭାତି ବିଶ୍ବାସ ପ୍ରମୁଖ କାଯ୍ୟକ୍ରମ ରେ ଉପସ୍ଥିତ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କ୍ରୀଡା ପରିଚାଳନା କରିଥିଲେ l ପରିଶେଷରେ ବିଦ୍ୟଳୟ ପ୍ରତିଷ୍ଠାତା ଜୀବନ କୃଷ୍ଣ ଦାସ ଧନ୍ଯବାଦ ଜ୍ଞାପନ କରିଥିଲେ l
Related Stories
November 1, 2024