-
ତ୍ରି ଦିବଶୀୟ ରାଷ୍ଟ୍ରୀୟ କର୍ମଶାଳା ଉଦଘାଟିତ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ଭାରତ ସରକାର ଙ୍କ ନୂତନ ଶିକ୍ଷା ନୀତି ୨୦୨୦ ରେ ମାତୃଭାଷା ରେ ବୈଷୟିକ ଶିକ୍ଷାକୁ ଅତ୍ୟଧିକ ଗୁରୁତ୍ୱ ଦିଆଯାଇଛି |ଶିକ୍ଷା ମନ୍ତ୍ରାଳୟର ବୈଜ୍ଞାନିକ ତଥା ବୈଷୟିକ ଶବ୍ଦାବଳୀ ଆୟୋଗ ଦ୍ୱାରା ପ୍ରାୟୋଜିତ IMT ଫର୍ମାସୀ କଲେଜ ପୁରୀ ସମ୍ମିଳିତ ତରଫରୁ ଏକ ତ୍ରି ଦିବଶୀୟ ରାଷ୍ଟ୍ରୀୟ କର୍ମଶାଳା ଉଦଘାଟିତ IMT ଫର୍ମାସୀ କଲେଜ ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି |ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଶିଷ୍ଟ ଭାଷା ବିତ୍ତ ପଦ୍ମଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ ମହାପାତ୍ର, ବୈଜ୍ଞାନିକ ତଥା ବୈଷୟିକ ଶବ୍ଦାବଳୀ ଆୟୋଗର ଅଧ୍ୟକ୍ଷ ଡ଼ ଗିରିଶ ନାଥ ଝା ଅତିଥି ରୂପେ ଯୋଗଦେଇ ଶବ୍ଦାବଳୀ ପ୍ରସ୍ତୁତ ହେବାର ଆବଶ୍ୟକତା ଏବଂ ଓଡିଆ ଭାଷା ବୈଷୟିକ ଶିକ୍ଷାର ଦୂରଗାମୀ ପ୍ରଭାବ ସମ୍ପର୍କରେ ପାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ |ଅନୁଷ୍ଠାନ ର ନିର୍ଦେଶକ ମନୋଜ ରଥ ମଞ୍ଚାସିନ ହୋଇ ଅତିଥି ମାନଙ୍କୁ ଉପଢୌକନ ଏବଂ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ |ଅତିଥି ପରିଚୟ ପ୍ରଦାନ କରିଥିଲେ ଡ଼ ଅର୍ନ୍ନଡା ମହାପାତ୍ର|ଆୟୋଗ ର ବରିଷ୍ଠ ବୈଜ୍ଞାନିକ ଅଧିକାରୀ ଡ଼ ଭୀମସେନ ବେହେରା, ଶବ୍ଦ କୋଷ ପ୍ରସ୍ତୁତିର ପ୍ରକ୍ରିୟା ବିଷୟରେ ଆଲୋକ ପାତ କରିଥିଲେ |ଅନୁଷ୍ଠାନର ଅଧ୍ୟକ୍ଷ ଡ଼ ଅଗ୍ନିମିତ୍ର ଦିଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |ମଞ୍ଚ ପରିଚାଳନା କରିଥିଲେ ସଂଗ୍ରାମ କେଶରୀ ଭୋଳ |ଏଥିରେ ଓଡିଶାର ବିଭିନ୍ନ ଫର୍ମାସୀ ମହାବିଦ୍ୟାଳୟ ର ଏକଶହ ରୁ ଉର୍ଦ୍ଧ ଅଧ୍ୟାପକ ଓ ଅଧ୍ୟାପିକା ଯୋଗ ଦେଇଥିଲେ |