-
ଯୋଗ ଦ୍ୱାରା ମଣିଷ ଦୀର୍ଘାୟୁ ହୋଇପାରିବେ-ସ୍ବାମୀ ଶିବାନନ୍ଦ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ଭାରତର ମହାମହୀମ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଙ୍କ ଦ୍ୱାରା ପୁରସ୍କୃତ ,ପଦ୍ମଶ୍ରୀ ସ୍ବାମୀ ଶିବାନନ୍ଦଙ୍କ ପୁରୀ ଆଗମନୀ ହୋଇଛି |ପୁରୀ ରାମଚଣ୍ଡୀ ସାହି ସ୍ଥିତ ସୁନ୍ଦର ଜାଗାରେ ୧୨୬ ବର୍ଷୀୟ ପଦ୍ମଶ୍ରୀ ସ୍ବାମୀ ଶିବାନନ୍ଦଙ୍କ ସାନିଧ୍ୟ୍ୟରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା |ଏହି ଯୋଗ ଶିବିରରେ ଯୋଗ ଶିଖିବା ସହିତ ଯୋଗ ଦ୍ୱାରା ମଣିଷ ଦୀର୍ଘାୟୁ ହୋଇପାରିବେ ବୋଲି ସ୍ୱାମୀ ଶିବାନନ୍ଦ ବାର୍ତ୍ତା ଦେଇଥିଲେ
୮ ଅଗଷ୍ଟ ୧୮୯୬ ମସିହାରେ ଜନ୍ମିତ ସ୍ବାମୀ ଶିବାନନ୍ଦ ପୁରୀଠାରେ କୁଷ୍ଠ ରୋଗୀଙ୍କର ଆଜୀବନ ସେବାରତ ମାନବ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ଜୀବନ ମାନବ ଜାତି ପାଇଁ ଏକ ପ୍ରେରଣା ଅଟେ । ସ୍ୱାମୀଙ୍କର ଦୀର୍ଘ ନିରାମୟ ଜୀବନ ଅନେକ ଜାତୀୟ ଏବଂ ଆନ୍ତର୍ଜାତୀୟ ସଙ୍ଗଠନର ଦୃଷ୍ଟି ଆକର୍ଷଣ କରିଛି ।ଏହି କାର୍ଯ୍ୟକ୍ରମ କୁ ସମାଜସେବୀ ଝୀମିଲି ପଟ୍ଟନାୟକ ଏବଂ ଆର୍ଯ୍ୟ କାନ୍ତ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ପଶ୍ଚିମ ବଙ୍ଗଳା, ଓଡିଶା ତଥା ବିଭିନ୍ନ ପ୍ରାନ୍ତରୁ ଅନେକ ଯୋଗ ବିତ୍ତ ଯୋଗ ଦେଇଥିଲେ |