ଗଂଜାମ, ଶେରଗଡ ବ୍ଳକର ପିତ୍ତଳ ପଂଚାୟତରେ ଗତ ପଂଚାୟତ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାଥୀ କୃଷ୍ଣଚନ୍ଦ୍ର ମଳିକ ଓ ଅନୀଲ ମହାପାତ୍ରଙ୍କୁ ବିଦ୍ରୋହିପ୍ରାର୍ଥୀ ରାମରାଘବ ପାତ୍ର ଓ ଜନାର୍ଦ୍ଦନ ପାତ୍ର ପରାସ୍ତ କରି ସରପଂଚ ଓ ସମିତିସଭ୍ଯ ରୂପେ ନିର୍ବାଚିତ ହେବା ପରେ ଅପରପକ୍ଷରୁ ବିଭିନ୍ନ ପ୍ରତିରୋଧ ସତ୍ବେ ପଂଚାୟତରେ ଦୃତ ପ୍ରଗତିର ବିକାଶ ଧାରା ଛୁଟି ଚାଲିଛି। ଖାଉଟି ପଦାର୍ଥର ସୁଷମ ବଣ୍ଟନ, ଭତ୍ତା, ଆବାସ ବଣ୍ଟନ, ରାସ୍ତାଘାଟ ନିର୍ମାଣ, ପୋଖରୀ ସୌନ୍ଦଯ୍ଯକରଣ ଓ ନଦୀଘାଟ ନିର୍ମାଣ କାର୍ଯ୍ଯ ତ୍ଵରାନ୍ୱିତ ଚାଲିଥିବାରୁ ସ୍ଥାନୀୟ ଜନସାଧାରଣରେ ସରପଂଚ ଓ ସମିତିସଭ୍ଯ ବେଶ୍ ଆସ୍ଥାଭାଜନ ଓ ପ୍ରଶଂସନୀୟ ହେବାରେ ଲାଗିଛନ୍ତି।
Related Stories
November 23, 2024