ବାରିପଦା/ରାଇରଙ୍ଗପୁର, ସାନ୍ତାଳି ଭାଷାକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ ଓ ସାନ୍ତାଳି ଶିକ୍ଷକ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଆଦି ବିଭିନ୍ନ ଦାବି ନେଇ ମାସା ଆର୍ମି ପକ୍ଷରୁ ଆଜି ୧୨ ଘଂଟିଆ ମୟୂରଭଞ୍ଜ ବନ୍ଦ ପାଳନ ହେଉଛି । ସକାଳ ୬ଟା ଠାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି । ତେବେ ବାରିପଦାରେ ଯାନବାହନ ଚଳାଚଳ ସ୍ଵାଭାବିକ୍ ରହିଛି । ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଖୋଲା ରହିଛି । ସେହିପରି ଅଧିକାଂଶ ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ ଖୋଲା ରହିଛି । ମୋଟାମୋଟି ଭାବେ ଜିଲ୍ଲାରେ ବନ୍ଦ ର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି।
ସେହିପରି ରାଇରଙ୍ଗପୁର ଉପଖଣ୍ଡରେ ମାସା ଆର୍ମିର କର୍ମକର୍ତା ମାନେ ସହରର ବିଭିନ୍ନ ଛକ ସ୍ଥାନ ଓ ତିରିଂ, ବହଳଦା, ଜାମଦା, କୁସୁମି, ବିଶୋଇ, ବିଜାତଳା, ରାଇରଙ୍ଗପୁର ଆଦି ବ୍ଲକ ମୁଖ୍ୟାଳୟ ମାନଙ୍କରେ ପିକେଟିଂ କରିଛନ୍ତି । ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ସହ ଦୋକାନ ବଜାର ଓ ଯାନବାହନ ଚଳାଚଳ ବନ୍ଦ ରଖିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।