ଭୁବନେଶ୍ଵର, ରାଜ୍ୟର ବିଭିନ୍ନ ସ୍ଥାନରେ ରାତ୍ରୀକାଳନ ତାପମାତ୍ରା ହ୍ରାସ ପାଇବା ସହ ପ୍ରବଳ ଥଣ୍ଡା ଅନୁଭୂତ ହୋଇଛି । କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫.୪ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ସେହିପରି କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ୭.୫, କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରେ ୭.୫, କୋରାପୁଟରେ ୮ ଡ଼ିଗ୍ରୀ, ସମ୍ବଲପୁର ଜିଲ୍ଲାର ଚିପିଲିମାରେ ୧୦ ଡ଼ିଗ୍ରୀ, କେନ୍ଦୁଝରରେ ୮.୪, ସୁନ୍ଦରଗଡ଼ରେ ୯ ଡ଼ିଗ୍ରୀ, ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ୯ ଡ଼ିଗ୍ରୀ, ଝାରସୁଗୁଡ଼ାରେ ୯.୬, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ୧୦ ଡ଼ିଗ୍ରୀ, କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ୧୦ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଅନୁରୂପ ଭାବେ ଟ୍ଵିନ୍ ସିଟି କଟକ, ଭୁବନେଶ୍ଵରରେ ଯଥାକ୍ରମେ ୧୩.୪ ଏବଂ ୧୩.୬ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Related Stories
November 23, 2024