ଭୁବନେଶ୍ୱର, ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ ଭାରତୀୟ ଜନତା ପାର୍ଟୀ ରାଜ୍ୟ ସରକାରଙ୍କୁ କାଠଗଡାରେ ଠିଆ କରାଇଛି । ବିଜେପି ମହିଳା ମୋର୍ଚାର ସଭାପତି ସ୍ମୃତି ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏହି ମାମଲାରେ ଗୋବିନ୍ଦଙ୍କ ପାଖରେ ସବୁ ତଥ୍ୟ ଥିଲା, ଆତ୍ମହତ୍ୟା ପାଇଁ ବାଧ୍ୟକଲେ । ଦିବ୍ୟଶଙ୍କର ମିଶ୍ରଙ୍କୁ କ୍ଲିନଚିଟ ପାଇଁ ଉଦ୍ୟମ ହୋଇଥିବା ସେ କହିଛନ୍ତି । ମାରିଲେ ନହେଲେ ମରିବାକୁ ବାଧ୍ୟ କଲେ ଏହାର ତଦନ୍ତ ହେବା ଦରକାର କହିଛନ୍ତି ।
ସେ କହିଛନ୍ତି ଯେ ଗୋବିନ୍ଦ ସାହୁକୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଯାଇଛି । ଗୋବିନ୍ଦର ମୃତ୍ୟୁ ପରେ ମାମଲାରେ ସମ୍ପୃକ୍ତି ଥିବା ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ କ୍ଲିନ୍ଚିଟ୍ ମିଳିଯିବ । ଏଠି ଯିଏ ସତ ଜାଣିଛି, ତାକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଏ ନହେଲେ ହତ୍ୟା କରିଦିଆଯାଏ । ଏଭଳି କେସ୍କୁ କ୍ଲୋଜ୍ କରିବାରେ ସଫଳ ହେଉଛି ଏ ସରକାର । ଏ ସରକାର ଅପରାଧୀର ସରକାର ବୋଲି ସ୍ମୃତି କହିଛନ୍ତି ।
ସେ ପ୍ରଶ୍ନ କରିଛନ୍ତି ଯେ ଜେଲ ଭିତରେ ଆତ୍ମହତ୍ୟା କଣ ସମ୍ଭବ କି ? ଏହାର ତଦନ୍ତ କରାଯାଉ ।