ଭୁବନେଶ୍ୱର, ବହୁଚର୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାକୁ ନେଇ କଂଗ୍ରେସ ମଧ୍ୟ ପ୍ରଶ୍ନ ଉଠାଇଛି । କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା ଏହି ମୃତ୍ୟୁ କୁ ହତ୍ୟା ନା ଆତ୍ମହତ୍ୟା ବୋଲି ପ୍ରଶ୍ନ କରିଛନ୍ତି ।
ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ ମମିତା ମାମଲାରେ ଗୋବିନ୍ଦ ସହ ପୂର୍ବତନ ମନ୍ତ୍ରୀ ସଂପୃକ୍ତ ଥିଲେ । ଗୋବିନ୍ଦଙ୍କୁ ପୂର୍ବତନ ମନ୍ତ୍ରୀ ମୁକ୍ତି ପାଇଁ କଥା ଦେଇଥିଲେ, ହାତ ଛାଡ଼ିଦେଲେ । ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁକ୍ତି ପାଇଁ ସହଯୋଗ କରିବେ କହିଥିଲେ । ତେବେ କୋର୍ଟରେ ମମିତାଙ୍କ ବାପା, ମା ସାକ୍ଷୀ ଦେଇଥିଲେ । ମୁକ୍ତିର ବାଟ ବନ୍ଦ ଦେଖି ଗୋବିନ୍ଦ ପ୍ରବଳ ମାନସିକ ଚାପରେ ଥିଲେ । ପୂର୍ବତନ ମନ୍ତ୍ରୀଙ୍କ ପାଇଁ ଗୋବିନ୍ଦଙ୍କୁ ଜେଲରେ ଜ୍ୱାଇଁପୁଅ ଚର୍ଚ୍ଚା ମିଳୁଥିଲା
ସେ ପ୍ରଶ୍ନ କହିଛନ୍ତି ଯେ ସେ ଦଉଡ଼ି କେଉଁଠୁ ପାଇଲେ ଓ ଜେଲ ଷ୍ଟାଫ୍ କେମିତି ଦେଖିପାରିଲେନି । ଗୋବିନ୍ଦଙ୍କ ମୃତ୍ୟୁ ଘଟିବାରୁ ମମିତା ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିଗଲା । ଗୋବିନ୍ଦ ମୃତ୍ୟୁ ପଛରେ ନିଶ୍ଚିତ ଭାବେ ଗୋଟିଏ ବଡ଼ ଷଡ଼ଯନ୍ତ୍ର ଅଛି । ଆମେ ସନ୍ଦେହ କରୁଛୁ, ଏହା ଆତ୍ମହତ୍ୟା ନୁହେଁ, ହତ୍ୟା ହୋଇପାରେ । ସିବିଆଇ ତଦନ୍ତ ହେଲେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି ।