
ଭଞ୍ଜନଗର- ଭଞ୍ଜନଗର ବାଉଁଶ ଲୁଣ୍ଡି ବାଇପାସ ଛକରେ ଟି.ଭି.ଏସ ମୋଟର କମ୍ପାନୀ ତରଫରୁ ନୂତନ ଡିଲର ସିପ ଭାବେ ପାଳ ଟି.ଭି.ଏସ ର ଶୁଭ ଉଦଘାଟନ ବୁଧବାର ଅପରାହ୍ନରେ ହୋଇଯାଇଛି। ଏହାକୁ ବି. ଭଦ୍ରା ଉଦଘାଟନ କରିଥିଲେ।ସେହିପରି ପ୍ରଦୀପ ପ୍ରଜ୍ବଳନ ନୀଳାଚଳ ମହାନ୍ତି, ୱାର୍କ ସପ କୁ ବାପି ରାଜୁ ଉଦଘାଟନ କରିଥିଲେ ଏବଂ ନୂତନ ଗାଡ଼ି ବଣ୍ଟନ କରିଥିଲେ ଭି.କେ ରାୟ। ଆଗାମୀ ଦିନରେ ଅଧିକ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ସୋ ରୁମ ମୁଖ୍ୟ ସୁଜିତ କୁମାର ପାଳ ଆଶା କରିଛନ୍ତି। ଏଠାରେ ସେଲସ, ସର୍ଭିସ ଓ ପାର୍ଟସ ର ସୁବିଧା ରହିଛି। ଏହାକୁ ମିଶାଇ ସମଗ୍ର ଓଡ଼ିଶାରେ ଟି.ଭି.ଏସ କମ୍ପାନୀ ର ୩୪ଟି ଡିଲର ସିପ ପଏଣ୍ଟ ରହିଛି। ତେଣୁ ସମସ୍ତେ ନିର୍ଭୟରେ କମ୍ପାନୀ ର ବିଭିନ୍ନ ଉତ୍ପାଦ କୁ ଗ୍ରହଣ କରିପାରିବେ ବୋଲି ଶ୍ରୀ ପାଳ କହିଛନ୍ତି।