ଭୁବନେଶ୍ୱର, କାତାର ଫିଫା ଫୁଟବଲ ବିଶ୍ୱକପ୍ ୨୦୨୨ ଶେଷ ହୋଇଥିବା ବେଳେ ଡିଜିଟାଲ ମାଧ୍ୟମରେ ମ୍ୟାଚ୍ ଦେଖିବା କ୍ଷେତ୍ରରେ ଜିଓ ସିନେମା ନୂତନ ରେକର୍ଡ ସ୍ଥାପନ କରିଛି । ପ୍ରଥମ ଥର ପାଇଁ ଟିଭି ତୁଳନାରେ ଅଧିକ ଲୋକ ଡିଜିଟାଲ୍ ମାଧ୍ୟମରେ ବିଶ୍ୱର ଏହି ସର୍ବାଧିକ ଲୋକପ୍ରିୟ କ୍ରୀଡ଼ା କାର୍ଯ୍ୟକ୍ରମର ମଜା ନେଇଛନ୍ତି । ଆର୍ଜେଂଟିନା ଓ ଫ୍ରାନ୍ସ ମଧ୍ୟରେ ଖେଳାଯାଇଥିବା ଫିଫା ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ କୁ ରେକର୍ଡ ୩.୨ କୋଟି ଦର୍ଶକ ଜିଓ ସିନେମାରେ ଦେଖିଛନ୍ତି ।
ଫିଫା ଫୁଟବଲ୍ ବିଶ୍ୱକପ୍ କୁ ୧୧୦ ନିୟୁତରୁ ଅଧିକ ଦର୍ଶକ ଡିଜିଟାଲ୍ ମାଧ୍ୟମରେ ଦେଖିଛନ୍ତି । ଫଳରେ ଡିଜିଟାଲ ମାଧ୍ୟମରେ ସର୍ବାଧିକ ଲୋକ ଦେଖିଥିବା କ୍ରୀଡ଼ା କାର୍ଯ୍ୟକ୍ରମରେ ପରିଣତ ହୋଇଛି ଫିଫା ବିଶ୍ୱକପ୍ । ମ୍ୟାଚ୍ ଗୁଡ଼ିକ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ରହିବା ଯୋଗୁଁ ଭାରତରେ ସ୍ପୋର୍ଟସ୍୧୮ ଚ୍ୟାନେଲ୍ ଓ ଜିଓ ସିନେମା ଆପ୍ ରେ ମ୍ୟାଚ୍ ଗୁଡ଼ିକୁ ୪୦ ବିଲିଅନ ମିନିଟ୍ ରୁ ଅଧିକ ସମୟ ଲୋକମାନେ ଦେଖିଛନ୍ତି । ଫଳରେ ଟୁର୍ଣ୍ଣାମେଂଟ୍ ଅବଧିରେ ଆଇଓଏସ୍ ଓ ଆଣ୍ଡ୍ରଏଡ୍ ରେ ସର୍ବାଧିକ ଡାଉନ୍ ଲୋଡ୍ ହୋଇଥିବା ନିଃଶୁଳ୍କ ଆପ୍ ରେ ପରିଣତ ହୋଇଥିଲା ଜିଓ ସିନେମା ।
ଜିଓ ସିନେମା ଜରିଆରେ ପ୍ରଥମ ଥର ପାଇଁ ୟୁଏଚ୍ଡି ୪କେରେ ଦର୍ଶକମାନେ ଫୁଟ୍ବଲ୍ ବିଶ୍ୱକପ୍ ମ୍ୟାଚ୍ ଗୁଡ଼ିକର ମଜା ନେବାର ସୁଯୋଗ ପାଇଥିଲେ ।
ଭାୟାକମ୍ ୧୮ ସ୍ପୋର୍ଟସ୍ ର ସିଇଓ ଅନିଲ ଜୟରାଜ କହିଛନ୍ତି ଯେ, “କାତାର ଫିଫା ବିଶ୍ୱକପ୍ ୨୦୨୨କୁ ବିଶ୍ୱସ୍ତରୀୟ ଢଙ୍ଗରେ ଦର୍ଶକମାନଙ୍କ ପାଖରେ ପହଂଚାଇବାକୁ ଆମେ ପ୍ରତିଶ୍ରୁତି ଦେଇଥିଲୁ ଏବଂ ସେହି ଅନୁସାରେ ଭାରତ ଅଂଶଗ୍ରହଣ କରିନଥିବା କ୍ରୀଡ଼ା କାର୍ଯ୍ୟକ୍ରମ ଭାବେ ଡିଜିଟାଲ ମାଧ୍ୟମରେ ସର୍ବାଧିକ ଲୋକ ଦେଖିଥିବା ବିଶ୍ୱସ୍ତରୀୟ କ୍ରୀଡ଼ା ଟୁର୍ଣ୍ଣାମେଂଟ୍ ରେ ତାହା ପରିଣତ ହୋଇଥିଲା । ଏହା ହେଉଛି ଡିଜିଟାଲର ଶକ୍ତି ଏବଂ ନିଜ ଲୋକପ୍ରିୟ କାର୍ଯ୍ୟକ୍ରମକୁ ଦେଖିବା ଲାଗି ଦର୍ଶକ ଏବଂ କ୍ରୀଡ଼ାପ୍ରେମୀମାନେ ନିଜ ପସନ୍ଦ ବିଷୟରେ ଜଣାଇଛନ୍ତି ଯେଉଁମାନେ ଏବେ ପ୍ୟାରିସ ସେଂଟ୍-ଜର୍ମାନ ସାଥୀ ଖେଳାଳି ଏବଂ ଫିଫା ବିଶ୍ୱକପ୍ ର ଗୋଲ୍ଡେନ୍ ବୁଟ୍ ବିଜେତା କିଲିଆନ୍ ଏମ୍ବାପେ ଏବଂ ଫିଫା ବିଶ୍ୱକପ୍ ଓ ଗୋଲ୍ ଡେନ୍ ବୁଟ୍ ବିଜେତା ଲିଓନେଲ୍ ମେସିଙ୍କୁ ଲିଗ୍ରେ ଯୋଗ ଦେବାର ଦେଖିପାରିବେ ।’’
ୱେନ ରୁନି, ଲୁଇସ୍ ଫିଗୋ, ରବର୍ଟ ପିରେସ, ଗିଲବର୍ଟୋ ସିଲ୍ଭା ଏବଂ ସୋଲ୍ କ୍ୟାମ୍ପବେଲ୍?ଙ୍କ ଭଳି ବିଶ୍ୱକପ୍ ହିରୋମାନେ ସ୍ପୋର୍ଟସ୍୧୮ ଓ ଜିଓ ସିନେମାର ବିଶ୍ୱସ୍ତରୀୟ ଷ୍ଟୁଡିଓରେ କ୍ରୀଡ଼ା ପ୍ରେମୀଙ୍କ ସହ ଯୋଡ଼ି ହୋଇଥିଲେ ।