
ଭବାନୀପାଟଣା, ଗତ ରାତି ପ୍ରାୟ ୧୨ଟା ସମୟରେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ଚାରିଜଣିଆ ଦଳ ପହଞ୍ଚି ରୋଗୀ ସେବା, କର୍ମଚାରୀ, ଡାକ୍ତର, ସୁରକ୍ଷା ଦାୟିତ୍ଵ, ରକ୍ତ ଭଣ୍ଡାର କର୍ମଚାରୀ, ଜରୁରୀ କାଳୀନ ରୋଗୀ ସେବା ଇତ୍ୟାଦି ଠିକ ଠାକ ଭାବରେ ଚାଲୁଛି କି ନାହିଁ ତାହାର ଅନୁଧ୍ୟାନ କରିଛନ୍ତି। ଏହି ଟିମ ରେ ଥିଲେ କୁସୁମ ଟିଭି ପଶ୍ଚିମ ଓଡିଶା ବ୍ୟୁରୋ ଚିଫ ବିରଞ୍ଚି କରୁଆ, କେ.ବି.କେ. ମୁଖ୍ୟ ଜୟକୃଷ୍ଣ ବେହେରା, ଅତିରିକ୍ତ ଜିଲ୍ଲା ପ୍ରତିନିଧି ସଦାଶିବ ନାଗ, ଗୋଲାମୁଣ୍ଡା ବ୍ଲକ ପ୍ରତିନିଧି ଅରକ୍ଷିତ ସାଗର। ଏହି ଟିମ ମୁଖ୍ୟ ଚିକିତ୍ସାଳୟର ସମସ୍ତ ୱାର୍ଡକୁ ନିରୀକ୍ଷଣ କରି ବିଭିନ୍ନ ରୋଗୀ, ରୋଗୀଙ୍କ ଅଭିଭାବକ, ରାତ୍ରିକାଳୀନ କାର୍ଯ୍ୟରତ ସେବକ, ସେବିକା ଡାକ୍ତର ଇତ୍ୟାଦି କର୍ମକର୍ତ୍ତାଙ୍କ ସହ ସାକ୍ଷାତକାର କରାଯାଇଥିଲା। ଅନୁଧ୍ୟାନରୁ ଦେଖାଗଲା ଯେ, କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରୋଗୀ ସେବା, ରୋଗୀଙ୍କ ଜରୁରୀକାଳୀନ ବ୍ୟବସ୍ଥା ଠିକ ରହିଛି। ଔଷଧ, ଇଞ୍ଜେକ୍ସନ, ସର୍ଜରୀ, ମେଡ଼ିସିନ, ଶିଶୁ ଭବନରେ ମଧ୍ୟ ଖୁବ ସୁନ୍ଦର ଭାବରେ ସେବିକା ମାନେ ଗର୍ଭବତୀ, ପ୍ରସୂତି, ଶିଶୁ ସେବା ଠିକ ଭାବରେ ଚାଲୁଥିବା ଦେଖାଯାଇଛି। ସମସ୍ତ ବିଭାଗରେ ରୋଗୀ ସେବା ଠିକ ଭାବରେଚାଲୁଥିବା ରାତ୍ରିକାଳୀନ କାର୍ଯ୍ୟରତ ଡାକ୍ତର ପ୍ରକାଶ କରିଥିଲେ। ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ବିଭାଗକୁ ପରିଚାଳନା କରୁଥିବା ବେଳେ ପୋଲିସ ସୁରକ୍ଷା ମଧ୍ୟ ରାତ୍ରିକାଳୀନ ସଦା ସର୍ବଦା ସହରକୁ ପରିକ୍ରମା ସହ ପ୍ରତି ଛକରେ ରାତ୍ରିକାଳୀନ ପହରା ଦେଉଥିବା ପ୍ରକାଶ। ମୋଟାମୋଟି ଭାବରେ କହିବାକୁ ଗଲେ ବିଗତ ଦିନ ର କଳାହାଣ୍ଡି ଓ ଆଜିର କଳାହାଣ୍ଡି ପ୍ରଗତି ପଥେ ପୂର୍ଣ୍ଣ ଅଗ୍ରଗତି କରିଥିବା ଜଣାଯାଏ।