
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟର ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ମୁକ୍ତ ବିଦ୍ୟାଦାନ, ରକ୍ତଦାନ, ବୃକ୍ଷରୋପଣ, ଶବସଂସ୍କାର ବିଶେଷକରି ନିଶାମୁକ୍ତ ଭାରତ ପାଇଁ ଯୁବଗୋଷ୍ଠୀଙ୍କୁ କ୍ରମାଗତ ପ୍ରେରଣା ଦେଉଥିବା ରାଜ୍ୟ ପୁରସ୍କାର ପ୍ରାପ୍ତ ସମାଜସେବୀ ବଦ୍ରି ମିଶ୍ରଙ୍କୁ “ଯୁବ ପ୍ରେରଣା” ପୁରସ୍କାର ପ୍ରଦାନ କରିଛନ୍ତି ପୁରୀ ର ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା, ଶ୍ରୀଜଗନ୍ନାଥ ବେଦ ଓ କର୍ମକାଣ୍ଡ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ଜଗବନ୍ଧୁ ମିଶ୍ର ଓ ନେହେରୁ ଯୁବ କେନ୍ଦ୍ର ର ସଂଯୋଜକ ଜୟଶଂକର ଯୋଶୀ ଉପସ୍ଥିତ ଥିଲେ।