ପୁରୀ ,ରବିବାର ଓ ସୋମବାର ଦୁଇ ଦିନ ଧରି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଓ ସରସ୍ଵତୀ ଜ୍ଞାନ ମନ୍ଦିର ବିଜ୍ଞାନ ମାଧ୍ୟମିକ ବିଦ୍ୟାଳୟର ୨୯ତମ ବାର୍ଷିକ ଉତ୍ସବ ପୁରୀ ପୌରସଦନ (ଟାଉନ ହଲ) ପରିସରରେ ମହା ଆଡମ୍ବରରେ ପାଳିତ ହୋଇ ଯାଇଛି।ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ଅଭିମନ୍ୟୁ ଭୂୟାଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା |ପୁରୀ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବିଶ୍ବଜିତ ଘୋଷ,ଓ ମୁଖ୍ୟ ବକ୍ତା ଭାବରେ ଶିକ୍ଷା ବିକାଶ ସମିତି,ଓଡ଼ିଶାର ସଂଗଠନ ମନ୍ତ୍ରୀ ଶ୍ରୀଯୁକ୍ତ ରମାକାନ୍ତ ମହାନ୍ତ ଯୋଗ ଦେଇଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ସୀମାଚଳ ପଣ୍ଡା ପ୍ରାରମ୍ଭିକ ସୂଚନା ସହିତ ଅତିଥ୍ ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅରବିନ୍ଦ ଦାସ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠକରିଥିଲେ ।
ଅତିଥିମାନେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ।ବିଦ୍ୟାଳୟର ପାରମ୍ପରିକ ବନ୍ଦନା ଓ ପ୍ରାର୍ଥନାପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସ୍ବାଗତ ସଂଗୀତ ଗାନ ଓ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରେ ବିଭିନ୍ନ ସାଂସ୍କୃତିକ ନୃତ୍ୟ ସଂଗୀତରେ ଛାତ୍ର ଛାତ୍ରୀ ମାନେ ଝୁମିଥିଲେ | ବ୍ୟାୟାମ ଯୋଗ, ମନୁଷ୍ୟ ପିରାମିଡ ଗଠନ,ଘୋଷ ବାଦ୍ୟ ଆଦି ପ୍ରତିଯୋଗିତାରେ ଉତ୍ସବ ସ୍ଥଳୀ ସରଗରମ ହୋଇ ଉଠିଥିଲା| ଛାତ୍ର ଛାତ୍ରୀ ମାନେ ପୌରାଣିକ ନୃତ୍ୟ ନାଟିକା ‘ପାଇକ ପୁଅ” ପ୍ରଦର୍ଶନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ମୁଖପତ୍ର ‘ଧ୍ରୁବଲୋକ’ ଉନ୍ମୋଚନ କରାଯାଇଥିଲା ।
ସରକାରୀ ବୃଦ୍ଧି, ଭାରତୀ କୃଷ୍ଣ ଗଣିତ ପ୍ରତିଭା, ସଂସ୍କୃତିଜ୍ଞାନ, ପଠାଣି ସାମନ୍ତ ଗଣିତ ମେଧାବୃତ୍ତି, ପ୍ରାଦେଶିକ ମେଧା,NRTS ସହ ଦଶମ ମାଟ୍ରିକ ଓ +୨ ଦ୍ଵିତୀୟ ବର୍ଷ ପରୀକ୍ଷା ଗୁଡିକରେ କୃତକାର୍ଯ୍ୟ ହୋଇଥିବା ମେଧାବୀ ମାନଙ୍କୁ ଅତିଥ୍ ମାନେ ପୁରସ୍କାର ପ୍ରଦାନ କରିଥିଲେ । ଏଥିସହ ବିଦ୍ୟାଳୟର ବାର୍ଷିକ ପ୍ରତିଯୋଗୀତର ଶ୍ରେଷ୍ଠ ପ୍ରତିଭାଗୀ, ବାର୍ଷିକ କ୍ରୀଡ଼ାର ଶ୍ରେଷ୍ଠ ପ୍ରତିଭାଗୀ, ଇସ୍ରୋ କୁ ଚୟନିତ ହୋଇଥିବା ଛାତ୍ର ସହ ଉତ୍କଳ ଭାରତୀୟ ଜ୍ଞାନ ବିଜ୍ଞାନ ମେଳାରେ କୃତକାର୍ଯ୍ୟ ହୋଇଥିବା ଶିଶୁ ମାନଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା |
ଉତ୍ସବର ଉଦଯାପନୀ ଦିବସରେ ପ୍ରଥମ ସଭାରେ ମୁଖ୍ୟଅତିଥି ଭାବରେ ପୁରୀ DIET ର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ଼ ପ୍ରଭାକର ତ୍ରିପାଠୀ ଉପସ୍ଥିତ ରହି କୃଭି ପ୍ରତିଭାଗୀ ମାନଙ୍କୁ ପୁରସ୍କୃତ କରିଥିଲେ ।
ସମାରୋହ ପର୍ବରେ ସଂମ୍ମାନିତ ଅତିଥି ଭାବେ ଉପ ଜିଲ୍ଲାପାଳ ଭବତାରଣ ସାହୁ ଓ ପୁରୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସରୋଜ କୁମାର ସ୍ବାଇଁ ଓ ମୁଖ୍ୟବକ୍ତା ଭାବରେ ଶ୍ରୀମତି ମମତା ମିଶ୍ର ପ୍ରମୁଖ ଯୋଗଦେଇ ଶିଶୁ ବିଦ୍ୟା ମନ୍ଦିର ଓ ସରସ୍ଵତୀ ଜ୍ଞାନ ମନ୍ଦିର ବିଜ୍ଞାନ ମାଧ୍ୟମିକ ବିଦ୍ୟାଳୟ ଶିଶୁ ସାମଗ୍ରିକ ଶିକ୍ଷାରେ କିପରି ଅଭୂତପୂର୍ବ ସଫଳତା ହାସଲ କରିଛି ତାହା କହିଥିଲେ। ସରସ୍ଵତୀ ଜ୍ଞାନ ମନ୍ଦିର ବିଜ୍ଞାନ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ସୁଶ୍ରୀ ରଙ୍ଗଲତା ସାହୁ ବିବରଣୀ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ଶ୍ରୀଯୁକ୍ତ ସ୍ବାଧୀନ କୁମାର ପ୍ରଧାନ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ସ୍ବାଇଁ,ସଦସ୍ୟା ଶ୍ରୀମତୀ ନିଳାମଣି ଖେମୁଣ୍ଡି ଓ ସୁଶ୍ରୀ ରୂପାଲି ଅପରାଜିତା ମହାନ୍ତି ସହିତ ଶୁଭେଛୁ ପୁରବାସୀ ଓ ଅଭିଭାବକ ଅଭିଭାବିକା ଓ ଶତାଧିକ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । ଶେଷରେ ବିଦ୍ୟାଳୟ ପରିଚାଳନା ସମିତିର ଉପସମ୍ପାଦକ ଶ୍ରୀଯୁକ୍ତ ବିକାଶ ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।