
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ପୁରୀଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ କଳାପାଞ୍ଚଣ ଗ୍ରାମ ପଂଚାୟତର ମହିଳା ସରପଞ୍ଚ ଗୀତାଞ୍ଜଳି ଜେନାଙ୍କୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (P. E. O ) ଦୃବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି |ନ୍ୟାୟ ପାଇବା ପାଇଁ ପଂଚାୟତ ବାସୀଙ୍କ ସହଯୋଗ ରେ ପୁରୀ ଜିଲ୍ଲାପାଳଙ୍କୁ ସାମୁହିକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି |
ଜିଲ୍ଲାପାଳ ଙ୍କୁ ଏହି ଦାବିପତ୍ର ଦେବା ଅବସରରେ କଳାପାଞ୍ଚଣ ପଞ୍ଚାୟତ ର ସରପଞ୍ଚ ଗୀତାଞ୍ଜଳି ଜେନା,ପୂର୍ବତନ ସରପଞ୍ଚ କାଳନ୍ଦୀ ବାରିକ, ପୂର୍ବତନ ସରପଞ୍ଚ ଗୋବିନ୍ଦ ମଳିକ, ପୂର୍ବତନ ସରପଞ୍ଚ ବାଟକୃଷ୍ଣ ସ୍ୱାଇଁ, ପୂର୍ବତନ ସରପଞ୍ଚ ଆର୍ତ୍ତତ୍ରାଣ ଦାସ, ପୂର୍ବତନ ସମିତି ସଭ୍ୟ ନରୋତମ ବେହେରା,ପୂର୍ବତନ ସରପଞ୍ଚ ଅରକ୍ଷିତ ଜେନା,ମହିଳା କଂଗ୍ରେସ ନେତ୍ରୀ ବିଦୁଲତା ଆଚାର୍ଯ୍ୟ, ସଦର ବ୍ଲକ କଂଗ୍ରେସ ସଭାପତି ଅବିନାଶ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ବୀରେନ୍ଦ୍ର ଭୂଷଣ ହୋତା, ବରିଷ୍ଠ କର୍ମୀ ଶେଖ ୱାଇଫ, ଯୁବନେତା କେଶବ ପ୍ରଧାନ, ସଞ୍ଜୟ ନାୟକ, ନିଶିକାନ୍ତ ସ୍ୱାଇଁ, ପ୍ରମୁଖ ଙ୍କ ସହ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇଥିଲେ | ଆଗାମୀ ଦିନରେ ଯଦି ପ୍ରଶାସନ ଏଭଳି ମନମୁଖୀ କାର୍ଯ୍ୟ ରୁ ନିବୃତ ନରୁହେ ତେବେ କଂଗ୍ରେସ ଦଳ ବ୍ଲକ ଅଫିସ ଘେରାଉ କରିବ ବୋଲି ନେତୃ ମଣ୍ଡଳୀ ମାନେ ମତ ଦେଇଛନ୍ତି |