କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ପୁରୀ,ଶ୍ରୀବିହାର ସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ, ପୁରାତନ ଛାତ୍ର ପରିଷଦ ପକ୍ଷରୁ ଆଗାମୀ ୨୫ ଡିସେମ୍ବର ରବିବାର ଦିନ ପୁରୀ ସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ପରିସରରେ ପୁରାତନ ଛାତ୍ର ମହାସମାବେଶର ଆୟୋଜନ କରା ଯାଉଅଛି । ଉକ୍ତ ମହାସମାବେଶରେ ବିଶ୍ବବିଦ୍ୟାଳୟର ସ୍ଥାପନା (୭.୭.୧୯୮୧) ଆରମ୍ଭରୁ ବିଗତ ଶିକ୍ଷାବର୍ଷ ୨୦୨୧-୨୨ ପର୍ଯ୍ୟନ୍ତ ଦୀର୍ଘ ୪୦ ବର୍ଷର ଛାତ୍ର-ଛାତ୍ରୀମାନେ ଏଥିରେ ସମବେତ ହେବେ । ଏଥିପାଇଁ ବହୁ ସଂଖ୍ୟକ ପୁରାତନ ଛାତ୍ର-ଛାତ୍ରୀଙ୍କୁ ଯୋଗାଯୋଗ କରାଯାଇ ଅଛି ।
ମହାସମାବେଶର ଆଭିମୁଖ୍ୟ-
୧. ବିଶ୍ବବିଦ୍ୟାଳୟରେ ନିରବଚ୍ଛିନ୍ନ ଭାବରେ ଶିକ୍ଷାଦାନ କରି ଅବସର ଗ୍ରହଣ କରିଥିବା ପ୍ରଫେସର ମାନଙ୍କୁ ଯଥାବିଧି
ସମ୍ମାନିତ କରି ସେମାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିବା ।
୨. ବର୍ତ୍ତମାନ ଆଧ୍ୟାପନାରତ ଅଧ୍ୟାପକ, ଅଧ୍ୟାପିକା ଓ ପ୍ରଫେସର ମାନଙ୍କୁ ମଧ୍ୟ ଯଥାମାନ୍ୟ ଦେବା ।
୩. ପୁରାତନ ଛାତ୍ର-ଛାତ୍ରୀଙ୍କ ମଧ୍ୟରେ ବନ୍ଧୁମିଳନ ଦ୍ଵାରା ପରସ୍ପର ସମ୍ପର୍କ ଦୃଢ କରିବା ।
୪. ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ବିଭିନ୍ନ ଅନୁଷ୍ଠାନରେ କୃତିତ୍ଵର ସହ କାର୍ଯ୍ୟ କରିଥିବା ଉକ୍ତ ବିଶ୍ବବିଦ୍ୟାଳୟର
ପୁରାତନ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବା ।
୫. ଅଭାବ ଓ ଅସୁବିଧାରେ ରହିଥିବା ପୁରାତନ ଭାଇ ଭଉଣୀ ମାନଙ୍କ ଅସହାୟ ଅବସ୍ଥାରେ ସାହାଯ୍ୟ କରିବା ।
୬. ବିଶ୍ବବିଦ୍ୟାଳୟର ବିକାଶମୂଳକ କାର୍ଯ୍ୟରେ ସହଯୋଗ କରିବା ।
୭. ସଂସ୍କୃତ ଓ ଭାରତୀୟ ସଂସ୍କୃତିର ପ୍ରଚାର ପ୍ରସାର ଓ ସୁରକ୍ଷା ଦିଗରେ କାର୍ଯ୍ୟ କରିବା ।
୮. ପୁରାତନ ଛାତ୍ରପରିଷଦ୍ ପକ୍ଷରୁ ବାର୍ଷିକ ମୁଖପତ୍ର ପ୍ରକାଶ କରିବା ।
୯. ବିଭିନ୍ନ ସ୍ଥାନରୁ ଅପ୍ରକାଶିତ ପାଣ୍ଡୁଲିପିମାନ ସଂଗ୍ରହ କରି, ସେ ସବୁ ଉପରେ ଗବେଷଣା କରିବା ସହ ପ୍ରକାଶନ କରିବା ।
୧୦. ପ୍ରତି ବର୍ଷ ପୁରାତନ ଛାତ୍ର ମହାସମାବେଶର ଆୟୋଜନ କରିବା ।
ପରିଷଦର ପ୍ରଥମ ମହାସମାବେଶର ଆୟୋଜନ କରାଯାଇଛି । ଉକ୍ତ ମହୋତ୍ସବରେ ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ର ତଥା ପ୍ରାକ୍ତନ କୁଳପତି ପ୍ରଫେସର ହରିହର ହୋତା ସଭାପତିତ୍ବ କରିବେ ।
Related Stories
November 25, 2024