ପୁରୀ ,ଡ଼ିସେମ୍ବର ୧୮,୧୯ ରବିବାର ଓ ସୋମବାର ଦୁଇ ଦିନ ଧରି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଓ ସରସ୍ବତୀ ଜ୍ଞାନ ମନ୍ଦିର ବିଜ୍ଞାନ ମାଧ୍ୟମିକ ବିଦ୍ୟାଳୟର ୨୯ତମ ବାର୍ଷିକ ଉତ୍ସବ ପୁରୀ ପୌରସଦନ (ଟାଉନ ହଲ) ପରିସରରେ ମହା ଆଡମ୍ବରରେ ପାଳିତ ହୋଇ ଯାଇଛି।ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ଅଭିମନ୍ୟୁ ଭୂୟାଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବର ଉଦ୍ଘାଟନ ପର୍ବରେ ମୁଖ୍ୟ ଅତିଥି ଭାବରେ ପୁରୀ ଜିଲ୍ଲାର ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡଙ୍ଗୀ , ସମ୍ମାନିତ ଅତିଥି ଭାବରେ ପୁରୀ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବିଶ୍ୱଜିତ ଘୋଷ,ଓ ମୁଖ୍ୟ ବକ୍ତା ଭାବରେ ଶିକ୍ଷା ବିକାଶ ସମିତି, ଓଡ଼ିଶାର ସଂଗଠନ ମନ୍ତ୍ରୀ ଶ୍ରୀଯୁକ୍ତ ରମାକାନ୍ତ ମହାନ୍ତ ଯୋଗ ଦେଇଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ସୀମାଚଳ ପଣ୍ଡା ପ୍ରାରମ୍ଭିକ ସୁଚନା ସହିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅରବିନ୍ଦ ଦାସ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ ।
ଅତିଥିମାନେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ।ବିଦ୍ୟାଳୟର ପାରମ୍ପରିକ ବନ୍ଦନା ଓ ପ୍ରାର୍ଥନା ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ ଓ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରେ ବିଭିନ୍ନ ସାଂସ୍କୃତିକ ନୃତ୍ୟ ସଂଗୀତରେ ଛାତ୍ର ଛାତ୍ରୀ ମାନେ ଝୁମିଥିଲେ ।
ଏହି ଅବସରରେ ଅତିଥି ମାନେ ବିଭିନ୍ନ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଶିଶୁ ମାନଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ଶ୍ରୀଯୁକ୍ତ ସ୍ୱାଧୀନ କୁମାର ପ୍ରଧାନ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ସ୍ୱାଇଁ ,ସଦସ୍ୟା ଶ୍ରୀମତୀ ନିଳାମଣି ଖେମୁଣ୍ଡି ଓ ସୁଶ୍ରୀ ରୂପାଲି ଅପରାଜିତା ମହାନ୍ତି ସହିତ ଶୁଭେଛୁ ପୁରିବାସୀ ଓ ଅଭିଭାବକ ଅଭିଭାବିକା ଓ ଶତାଧିକ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । ଶେଷରେ ବିଦ୍ୟାଳୟ ପରିଚାଳନା ସମିତିର ଉପସମ୍ପାଦକ ଶ୍ରୀଯୁକ୍ତ ବିକାଶ ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
November 24, 2024