କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ରବିବାର ସକାଳ 9.00 ରୁ ଦିନ 12.00 ପର୍ଯ୍ୟନ୍ତ ସୁସ୍ଥ ଶରୀର ଓ ଉପଯୁକ୍ତ ପୃଷ୍ଟିକର ଖାଦ୍ୟ ନିମନ୍ତେ, ଏକ ଚିକିତ୍ସା କାର୍ଯ୍ୟକ୍ରମ ବୁଦ୍ଧିଷ୍ଠ୍ ଟାଏକୋଣ୍ଡୋ ଏକାଡେମୀ ଟ୍ରେନିଂ ହଲ୍ ରେ ଆୟୋଜିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ 100ରୁ ଉର୍ଦ୍ଧ ଟାଏକୋଣ୍ଡୋ ବାଳକ ଓ ବାଳିକା କ୍ରୀଡାବିତ୍ ମାନେ ନିଜ ଶରୀର ପରୀକ୍ଷା କରାଇଥିଲେ। Urban MHU Team under CDM&PHO, ପୁରୀ ପକ୍ଷରୁ ଡାକ୍ତର କଶ୍ୟପ ଅମ୍ବାରିଶ,ଲେଲା ପ୍ରଧାନ , ଫାର୍ମାସିଷ୍ଟ,
ଲୋପାମୁଦ୍ରା ମହାନ୍ତି , ANM ଆସି କ୍ରୀଡାବିତ୍ ମାନଙ୍କ ଓଜନ, ଉଚ୍ଚତା ଓ ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହ, କେଉଁ କେଉଁ ଖାଦ୍ୟ ଖାଇବା ଉଚିତ୍ ଓ କେତେ ମାତ୍ରାରେ ଖାଇବା ଉଚିତ୍ ତଥା ଶରୀର ରେ କେତେ ମାତ୍ରାରେ ଜଳୀୟ ଅଂଶ ରହିବା ଆବଶ୍ୟକ ସେ ସମ୍ପର୍କୀୟ ପରାମର୍ଶ ଦେଇଥିଲେ।
କେବଳ ବ୍ୟାୟାମ କଲେ ଶରୀର ସୁସ୍ଥ ରହିବ, ଏହା ସମ୍ପୂର୍ଣ ଠିକ୍ ନୁହେଁ। ସୁସ୍ଥ ଶରୀର ପାଇଁ ପୃଷ୍ଟିକର ଖାଦ୍ୟର ବି ଆବଶ୍ୟକ। ଓ ଏହି ଖାଦ୍ୟ କୁ କିପରି ଓ କେତେମାତ୍ର ରେ ଖାଇବା ଉଚିତ୍, ଏକ ଉତ୍କୃଷ୍ଟ ଡାକ୍ତର ଙ୍କ ପରାମର୍ଶ ନେବା ନିତ୍ୟାନ୍ତ ଆବଶ୍ୟକ।
ସ୍ଵାସ୍ଥ୍ୟ ହିଁ ସମ୍ପଦ । ଏଣୁ ଶରୀର ସୁସ୍ଥ ରହିଲେ ଆମେ ସବୁ କାର୍ଯ୍ୟ ରେ ସକ୍ଷମ ହୋଇ ପାରିବା ବୋଲି, ବୁଦ୍ଧିଷ୍ଟ୍ ଟାଏକୋଣ୍ଡୋ ଏକାଡେମୀ ର କୋଚ୍ ଶ୍ରୀ ବିଶ୍ଵନାଥ ନାୟକ ମତବ୍ୟକ୍ତ କରିଥିଲେ।
Related Stories
November 24, 2024
November 24, 2024