ଭୁବନେଶ୍ୱର, ରାଜ୍ୟକୁ ପ୍ରଦାନ କରା ଯାଇ ନ ଥିବା ବଳକା ଖାଦ୍ୟ ସବସିଡି ବାବଦକୁ 14,292.51 ଟଙ୍କା ପ୍ରଦାନ କରିବାକୁ ନେଇ ରାଜ୍ୟର ବିଜେ଼ଡି ସାଂସଦ ମାନେ ସୋମବାର ଦିନ ସଂସଦରେ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟିଛନ୍ତି । ଏହା ବାଦ ଏହି ରାଶି ପ୍ରଦାନ କରିବାରେ ବିଳମ୍ବ କାରଣରୁ 6187 କୋଟି ଟଙ୍କା ସୁଧ ବାବଦରେ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି । ବିଜେଡି ସାଂସଦ ମାନେ ଏ ସମ୍ପର୍କରେ ଏକ ସ୍ମାରକ ପତ୍ର ପ୍ରଦାନ କରିବା ସହ ଏହି ଦାବି କରିଛନ୍ତି ।