
ଭଞ୍ଜନଗର – ୨ୟ ଥର ପାଇଁ ଭଞ୍ଜନଗର ଠାରେ ଅରୁପା ତରଫରୁ ସର୍ବ ଭାରତୀୟ ହସ୍ତ ଶିଳ୍ପ ପ୍ରଦର୍ଶନୀ ର ଆୟୋଜନ ହୋଇଛି। ଆଜିର ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କଲେଜ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ପୂର୍ବତନ ରେଞ୍ଜର ଅନୁପମ ବାନାର୍ଜୀ, ବଣିକ ସଂଘ ସମ୍ପାଦକ ସୁଶାନ୍ତ ମହାପାତ୍ର, ଉପଖଣ୍ଡ ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ, ବାବୁଲା ପ୍ରଧାନ, ପ୍ରଦୀପ ସ୍ୱାଇଁ, ବିଶ୍ବମ୍ବର ଜେନା, ଅରୁପା ର ଅଶୋକ କୁମାର ସାହୁ, ଆଶିଷ କୁମାର ଗୌଡ଼ ମଞ୍ଚlସିନ ଥିଲେ। ଏଥିରେ ସମାଜସେବୀ ଶୂଳ ପାଣି ଶତପଥୀ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମ ଆସନ୍ତା ମାସ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ହସ୍ତଶିଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହେଉଥିବାରୁ ଏଥିରେ ବିଭିନ୍ନ ପ୍ରକାର ଘରୋଇ ଉପକରଣ ମଧ୍ୟ ଦେଝିବାକୁ ମିଳୁଛି।ଯାହାକୁ ପାଇବା ପାଇଁ ବହୁ ଲୋକଙ୍କ ଭିଡ଼ ମଧ୍ୟ ଜମୁଛି। ଏଥିସହ ନୃତ୍ୟାନୁଷ୍ଠାନ ମୁଭ ଦ ୱାର୍ଲଡ଼ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ପ୍ରତିଦିନ ମଧ୍ୟ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ବ୍ୟବସ୍ଥା ହୋଇଛି।