ସୁବର୍ଣ୍ଣପୁର, ସୋନପୁର ସହର ସ୍ଥିତ ଜିଲ୍ଳା ମାତୃ ଓ ଶିଶୁ ସ୍ଵାସ୍ଥ୍ୟକେନ୍ଦ୍ରରେ ଆଜି ଠାରୁ ପୂର୍ଣ୍ଣ ମାତ୍ରାରେ ଜନସାଧାରଣଙ୍କୁ ସ୍ଵାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ କାର୍ଯ୍ୟକାରୀ କରାଯାଇଛି। ଏଣିକି ମାତୃ ଓ ଶିଶୁ ସମ୍ବନ୍ଧୀୟ ସମସ୍ତ ଚିକିତ୍ସା ସେବା ସୁବିଧା ଏହି କେନ୍ଦ୍ରରେ ଜନସାଧାରଣଙ୍କ ନିମନ୍ତେ ଉପଲବ୍ଧ ରହିବ। ପ୍ରକାଶ ଥାଉକି ୨୦୨୨ ଜୁନ ୧୫ ତାରିଖ ରେ ଜିଲ୍ଲାର ଏହି ୫୦ ଶଯ୍ୟା ବିଶିଷ୍ଟ ସ୍ଵତନ୍ତ୍ର ମାତୃ ଓ ଶିଶୁ ସ୍ଵାସ୍ଥ୍ୟକେନ୍ଦ୍ରର ଲୋକାର୍ପଣ ଜିଲ୍ଲାର ବିଭିନ୍ନ ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ମନ୍ତ୍ରୀ ଅର୍ଥ ଓ ସଂସଦୀୟ ବ୍ୟାପାର, ଓଡିଶା ନିରଞ୍ଜନ ପୂଜାରୀ ଓ ଲୋକସଭା ସାଂସଦ ବଲାଙ୍ଗୀର ସଂଗୀତା କୁମାରୀ ସିଂହ ଦେଓଙ୍କ କରକମଳରେ ଅନୁଷ୍ଠିତ ହୋଇଥିଲା।
ତତ୍କାଳୀନ କୋଭିଡ ମହାମାରୀର ସଂକ୍ରମଣ ଓ ଭୟାବହତା ହେତୁ ଏହି ଚିକିତ୍ସାଳୟ କୋଠାକୁ ସ୍ଵତନ୍ତ୍ର ଭାବେ ଜିଲ୍ଲାର କୋଭିଡ ସଂକ୍ରମିତ ଙ୍କ ଚିକିତ୍ସା ନିମନ୍ତେ ବ୍ୟବହୃତ କରାଯାଉଥିଲା, ମାତ୍ର ବର୍ତ୍ତମାନ କୋଭିଡ ପରିସ୍ଥିତିରେ ବିଶେଷ ସୁଧାର ଆସିଥିବାରୁ ଏହି କେନ୍ଦ୍ରକୁ ପୂର୍ଣ୍ଣ ରୂପରେ ମାତୃ ଓ ଶିଶୁ ସ୍ଵାସ୍ଥ୍ୟ ସେବା ପାଇଁ ଉପଲବ୍ଧ କରାଯାଇଥିବା ଜିଲ୍ଳା ପ୍ରଶାସନ ତରଫରୁ ସୂଚୀତ କରାଯାଇଛି। ଜିଲ୍ଲାର ଜନସାଧାରଣ ଏହାର ସୁଯୋଗ ନେବାକୁ ଅନୁରୋଧ କରାଯାଇଛି।