ଭୁବନେଶ୍ୱର – ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ବୁଧବାର ଅପରାହ୍ନରେ କଟକ ଯୋବ୍ରା ସ୍ଥିତ ଓଡିଶା ନୋ÷÷ବାଣିଜ୍ୟ ସଂଗ୍ରହାଳୟ ଅଚାନକ ପରିଦର୍ଶନ କରିଥିଲେ । ମନ୍ତ୍ରୀ ପରିଦର୍ଶନ ସମୟରେ ସଂଗ୍ରହାଳୟରେ ଥିବା ଆକ୍ୱାରିୟମ, ଗ୍ୟାଲେରୀ, କୃତି୍ରମ ଝରଣା, ପାଠାଗାର, ୱାର୍କସପ୍ ମଡେଲ ଆଦି ବୁଲି ଦେଖିବା ସହିତ ସେସବୁର ରକ୍ଷଣାବେକ୍ଷଣ, ଏହାର ଅଧିକ ସୋ÷÷ନ୍ଦର୍ଯ୍ୟକରଣ ଓ ସୁପରିଚାଳନା ନିମନ୍ତେ ସଂଗ୍ରହାଳୟର ଉପଦେଷ୍ଟା ରହିଥିବା ଜଳସଂପଦ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଏବଂ ଅନ୍ୟାନ୍ୟ ଯନ୍ତ୍ରୀ, ଅଧିକାରୀ ଓ କର୍ମଚାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ସଂପ୍ରତି ଓଡିଶା ନୋ÷÷ବାଣିଜ୍ୟ ସଂଗ୍ରହାଳୟରେ ପ୍ରାଚୀନ ଉକôଳର ନୋ÷÷ବାଣିଜ୍ୟ ପରଂପରାର ବହୁ ସ୍ମାରକୀ ସାଇତା ହୋଇ ରହିଛି । ଏହାର ସଂରକ୍ଷଣ ରାଜ୍ୟ ସରକାରଙ୍କ ଦାୟିତ୍ୱ । ଏଣୁ ଏ ଦିଗରେ ସଂଗ୍ରହାଳୟ ଦାୟିତ୍ୱରେ ଥିବା ସମସ୍ତ ଯନ୍ତ୍ରୀ, ଅଧିକାରୀ, ସ୍ଥାନୀୟ ନେତୃବୃନ୍ଦ ଓ କର୍ମଚାରୀମାନେ ନିÂାର ସହିତ ସହଯୋଗ କରି ଏହାର ସଂରକ୍ଷଣ କରିବାକୁ ମନ୍ତ୍ରୀ ପରାମର୍ଶ ଦେବା ସହିତ ନୋ÷÷ବାଣିଜ୍ୟ ସଂଗ୍ରହାଳୟ ଦର୍ଶନ କରିବାକୁ ଆସୁଥିବା ଦର୍ଶକ ଓ ପର୍ଯ୍ୟଟକମାନଙ୍କୁ ଉତମ ସହାୟତା ପ୍ରଦାନ କରିବାକୁ କହିଥିଲେ । ପରେ ପରେ ମନ୍ତ୍ରୀ ଶ୍ରୀ ଦାସ, ଯୋବ୍ରା ସ୍ଥିତ ଜଳସଂପଦ ବିଭାଗ ମହାନଦୀ ସାଉଥ୍ ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରି ସେଠାରେ ବନ୍ୟା ନିୟନ୍ତ୍ରଣ ସ୍ଥିତି ଯାଂଚ କରି ଆବଶ୍ୟକ ତଥ୍ୟ ସଂଗ୍ରହ କରିଥିଲେ ଏବଂ ସାମୁହିକ ପ୍ରଚେଷ୍ଟା ଓ ନିÂାର ସହ ବିଭାଗୀୟ କାର୍ଯ୍ୟକୁ ସୁଚାରୁରୂପେ ସଂପାଦନ କରିବାକୁ ବିଭାଗୀୟ ଯନ୍ତ୍ରୀ ତଥା କାର୍ଯ୍ୟାଳୟର ଅନ୍ୟ ସମସ୍ତ କର୍ମଚାରୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ । ସେହିପରି ମନ୍ତ୍ରୀ ଯୋବ୍ରା ସ୍ଥିତ କଣ୍ରେ୍ଟଲ ଟାୱାର ପରିଦର୍ଶନ କରି ସେଠାରୁ ବନ୍ୟା ନିୟନ୍ତ୍ରଣ ସ୍ଥିତି ସଂପର୍କରେ ଅବଗତ ହୋଇଥିଲେ ।
Related Stories
November 22, 2024