ମାଲକାନଗିରି, ମାଲକାନଗିରି ମହାବିଦ୍ୟାଳୟର ୪୨ତମ ବାର୍ଷିକ କ୍ରୀଡା ମହୋତ୍ସବ ଉଦଯାପିତ ହୋଇଯାଇଛି ।ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡଃ. ରଞ୍ଜନ କୁମାର ସ୍ବାଇଁ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର କୁମାର ନାୟକ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ରୂପେ ଏସ୍.ଡି.ସି ମୁଖ୍ୟ ଆଡମାରାବା ଯୋଗଦାନ କରି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ।ଅନ୍ୟତମ ସମ୍ମାନିତ ଅତିଥି ରୂପେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟାପକ ଲିଙ୍ଗରାଜ ମିଶ୍ର ଅଂଶଗ୍ରହଣ କରି ପ୍ରତିଯୋଗିଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଅଧ୍ୟାପିକା ନମିତା ଦଣ୍ଡସେନା ମଞ୍ଚ ପରିଚାଳନା କରିଥିଲେ । ଅଧ୍ୟାପିକା ପ୍ରେମରେଖା ଭତ୍ରା ଅତିଥି ପରିଚୟ ପ୍ରଦାନ କରିଥିଲେ । କ୍ରୀଡା ସଂସଦର ସଦସ୍ୟମାନଙ୍କ ମଧ୍ୟରେ କ୍ରୀଡା ଅଧ୍ୟାପକ ଜୀମୂତ ନାୟକ, ଅଧ୍ୟାପକ ସୁଶାନ୍ତ ମାଝୀ, କ୍ରୀଡା ପ୍ରଶିକ୍ଷକ ଅଭିମନ୍ୟୁ ଦଳବେହେରା ଉକ୍ତ ସଭାକୁ ଆଗେଇ ନେଇଥିଲେ। ଏହି କ୍ରୀଡା ପ୍ରତିଯୋଗିତାରେ କୃତକାର୍ଯ୍ଯ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଚାମ୍ପିଅନ୍ ପାଇଁ ଉଭୟ ଛାତ୍ର ଓ ଛାତ୍ରୀ ପକ୍ଷରୁ ଦୁଇ ଜଣଙ୍କୁ ଚୟନ କରାଯାଇ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିଲା ।
ଉକ୍ତ ସଭାରେ ଅଧ୍ୟାପକ ରମେଶ ଚନ୍ଦ୍ର ରାଉତ, ଅଧ୍ୟାପକ ପ୍ରମୀୟ ମହାନ୍ତି, ଅଧ୍ୟାପକ ଗୋକୁଳନନ୍ଦ ପାତ୍ର, ଅଧ୍ୟାପକ ଟୁକୁନା ପ୍ରସାଦ ବଡୁ, ଅଧ୍ୟାପକ ତପନ କୁମାର ବେହେରା, ଅଧ୍ୟାପକ ଗୁପ୍ତେଶ୍ଵର ରାଓ, ଅଧ୍ୟାପିକା ଭାରତୀ ଦିଗାଲ୍, ଅଧ୍ୟାପିକା ଲକ୍ଷ୍ମୀ କୁଜୁର, ଅଧ୍ୟାପିକା ସୀତାଂଶୁ ମାଳିନୀ ପରିଡା, ଅଧ୍ୟାପିକା ଦୀପ୍ତିରେଖା ମିଶ୍ର, ଅଧ୍ୟାପିକା ଗୀତାଞ୍ଜଳି ଖେମୁଡୁ, ରିତୁ ମଣ୍ଡଳ, ଅଧ୍ୟାପକ ଦଶରଥ ସାଣ୍ଡି, ସ୍ନିଗ୍ଧା ସର୍ଦ୍ଦାର ଏବଂ ସମସ୍ତ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ସଭାକୁ ସାଫଲ୍ଯ ମଣ୍ଡତ କରିଥିଲେ । ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।