-
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟରେ ସସ୍ମିତ ପାତ୍ର କେବେ ବି ନିର୍ବାଚନ ପାଇଁ ମଡେଲ ହୋଇପାରିବ ନାହିଁ ବୋଲି କହିବା ହାସ୍ୟାସ୍ପଦ
-
ଦୀର୍ଘ 22 ବର୍ଷ ଶାସନରେ ତାଙ୍କ ସରକାର ସାଢେ 4 କୋଟି ଓଡ଼ିଶାବାସୀଙ୍କ ପାଇଁ କଣ ସେବା କରିଛନ୍ତି ତାହା ସବୁ ଓଡ଼ିଆ ଲୋକମାନେ ଜାଣିଛନ୍ତି
-
ସସ୍ମିତ ପାତ୍ରଙ୍କ ମୁହଁରେ ଏପରି କଥା ଶୋଭା ପାଉନାହିଁ, ସେ ଦିନରେ ଲଣ୍ଠନ ଦେଖାଇବା ବନ୍ଦ କରନ୍ତୁ
-
22 ବର୍ଷ ଶାସନରେ ଆଜି ବିଜୁ ଜନତା ଦଳର ମଡେଲ ଦୁର୍ନୀତି, ପିସି ଓ ଅତ୍ୟାଚାର ମଡେଲ ହୋଇଛି
-
ଆଜି 5ଟି ଏବଂ ମୋ ସରକାରରେ ଓଡ଼ିଶା ; ମହିଳା ନିର୍ଯ୍ୟାତନା, ବେରୋଜଗାରୀ, ଦାଦନ ସମସ୍ୟାରେ 1 ନମ୍ବର ହୋଇଛି
-
ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ପାଇଁ ରାଜ୍ୟ ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନକରିବା ଦୁଃଖର ବିଷୟ
-
ରାଜ୍ୟ ସରକାର କୁହାମୁଣ୍ଡା କପିଳା, ଯେ ଖାଲି କଥା କହେ ମାତ୍ର କାମ କରେ ନାହିଁ
-
ସବକା ସାଥ୍, ସବକା ବିକାଶ, ସବକା ପ୍ରୟାସ ଓ ସବକା ବିଶ୍ୱାସ ମୋଦି ସରକାରଙ୍କ ମୂଳ ମନ୍ତ୍ର
-
ସେବା ଓ ସୁଶାସନ ମୋଦି ସରକାରଙ୍କ ପ୍ରାଥମିକତ, ଆମ ଦଳ ତରଫରୁ ସସ୍ମିତ ପାତ୍ରଙ୍କୁ ଅନୁରୋଧ ତାଙ୍କ ସରକାର ମୋଦି ସରକାରଙ୍କ ମଡେଲକୁ ରାଜ୍ୟରେ ଅନୁସରଣ କରନ୍ତୁ
ଭୁବନେଶ୍ୱର, ଆମ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଉପନିର୍ବାଚନ କେବେ ବି ନିର୍ବାଚନ ପାଇଁ ମଡେଲ ହୋଇପାରିବ ନାହିଁ ବୋଲି କହିବା ହାସ୍ୟାସ୍ପଦ ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ।
ସେ କହିଛନ୍ତି ସସ୍ମିତ ପାତ୍ର ବୋଧେ ଭୁଲି ଯାଉଛନ୍ତି, ନିର୍ବାଚନ ମଡେଲ କଥା ତାଙ୍କ ଦଳର ନେତାମାନେ ହିଁ ପ୍ରଥମେ ଆରମ୍ଭ କରିଥିଲେ । ସାଢେ 4 କୋଟି ଓଡ଼ିଶାବାସୀଙ୍କ ସେବାକୁ ସେ ମଡେଲ ବୋଲି କହୁଛନ୍ତି କିନ୍ତୁ ଦୀର୍ଘ 22 ବର୍ଷ ଶାସନରେ ତାଙ୍କ ସରକାର ସାଢେ 4 କୋଟି ଓଡ଼ିଶାବାସୀଙ୍କ ପାଇଁ କଣ ସେବା କରିଛନ୍ତି ତାହା ସବୁ ଓଡ଼ିଆ ଲୋକମାନେ ଜାଣିଛନ୍ତି । ତାଙ୍କ ମୁହଁରେ ଏପରି କଥା ଶୋଭା ପାଉନାହିଁ, ତେଣୁ ସେ ଦିନରେ ଲଣ୍ଠନ ଦେଖାଇବା ବନ୍ଦ କରନ୍ତୁ ।
22 ବର୍ଷ ଶାସନରେ ଆଜି ବିଜୁ ଜନତା ଦଳର ମଡେଲ ଦୁର୍ନୀତି, ପିସି ଓ ଅତ୍ୟାଚାର ମଡେଲ ହୋଇଛି । ସ୍ୱାସ୍ଥ୍ୟ, ଶିକ୍ଷା ଓ ଲୋକଙ୍କ ମୌଳିକ ସମସ୍ୟା ବିପର୍ଯ୍ୟସ୍ତ । ବିଧାନସଭା ତଥ୍ୟରୁ ହିଁ ରାଜ୍ୟ ସରକାରଙ୍କ ସୁଶାସନର ପାରିବାପଣିଆକୁ ଦର୍ଶାଉଛି । ଆଜି 5ଟି ଏବଂ ମୋ ସରକାରରେ ଓଡ଼ିଶା ; ମହିଳା ନିର୍ଯ୍ୟାତନା, ବେରୋଜଗାରୀ, ଦାଦନ ସମସ୍ୟାରେ 1 ନମ୍ବର ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ପାଇଁ ରାଜ୍ୟ ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁନାହାନ୍ତି, ଯାହା ଦୁଃଖର ବିଷୟ । ଶ୍ରୀ ପାତ୍ରଙ୍କ ମୁହଁରେ ନୀତି ଆଦର୍ଶର କଥା ଶୋଭା ପାଉନାହିଁ । ଏ ସରକାର କୁହାମୁଣ୍ଡା କପିଳା । ଯେ ଖାଲି କଥା କହେ ମାତ୍ର କାମ କରେ ନାହିଁ । ଅପରପକ୍ଷରେ ମୋଦି ସରକାରଙ୍କ ମୂଳ ମନ୍ତ୍ର ହେଉଛି ସବକା ସାଥ୍, ସବକା ବିକାଶ, ସବକା ପ୍ରୟାସ ଓ ସବକା ବିଶ୍ୱାସ । ସେବା ଓ ସୁଶାସନ ମୋଦି ସରକାରଙ୍କ ପ୍ରାଥମିକତା ହୋଇଛି । ତେଣୁ ଆମ ଦଳ ତରଫରୁ ଶ୍ରୀ ପାତ୍ରଙ୍କୁ ଅନୁରୋଧ ତାଙ୍କ ସରକାର ମୋଦି ସରକାରଙ୍କ ମଡେଲକୁ ରାଜ୍ୟରେ ଅନୁସରଣ କରନ୍ତୁ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି ।