ଜଗନ୍ନାଥ ପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜଗନ୍ନାଥ ପ୍ରସାଦ ର ଜାତୀୟ ସେବା ଯୋଜନା ଶାଖା-୧ ତରଫରୁ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନଙ୍କ ସଭାପତିତ୍ବରେ ଜାତୀୟ ସମ୍ବିଧାନ ଦିବସ ପାଳନ କରାଯାଇଛି । କାର୍ଯ୍ୟକ୍ରମର ଆରମ୍ଭରେ ଅଧ୍ୟକ୍ଷ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ମୁଖ୍ୟ ଅତିଥି ରୂପେ ଈତିହାସ ବିଭାଗୀୟ ମୁଖ୍ୟ ଅଧ୍ଯାପକ ଡଃ ଶିରିଷ କୁମାର ଷଡଙ୍ଗୀ ଯୋଗଦେଇ ନିଜସ୍ଵ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ଯବକ୍ତା ଭାବେ ରାଜନୀତି ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡଃ ଜୟ ଦେବ ଗୌଡ଼ ଯୋଗ ଦେଇ ସମ୍ବିଧାନ ଦିବସର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ମହତ୍ତ୍ୱ ଉପରେ ଆଲୋକ ପାତ କରିଥିଲେ । ସମ୍ମାନିତ ଅତିଥି ରୂପେ ଓଡ଼ିଆ ବିଭାଗୀୟ ମୁଖ୍ୟ ଅଧ୍ଯାପକ ଲୋକନାଥ ମହାନ୍ତି, ଓଡ଼ିଆ ଅଧ୍ଯାପକ ସୁନୀଲ କୁମାର ମୁନି ଓ ପଦାର୍ଥ ବିଜ୍ଞାନ ଅଧ୍ଯାପକ ପ୍ରଶାନ୍ତ ରଥ ଯୋଗ ଦେଇ ନିଜସ୍ଵ ବକ୍ତବ୍ୟ ସ୍ଵେଚ୍ଛାସେବୀ ମାନଙ୍କୁ ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା ଅଧିକାରୀ ଇଂରାଜି ଅଧ୍ଯାପକ ସୁନିରକାନ୍ତ ମିଶ୍ର ସୁପରିଚାଳନା କରିଥିଲେ ।
କମ୍ପୁଟର ପରିଚାଳକ ସରୋଜ କୁମାର ନାୟକଙ୍କ ସହ ସ୍ଵେଚ୍ଛାସେବୀ ନିରଞ୍ଜନ ଆରୁଖ, ଗୋପାଲ ନାୟକ,ବିଶ୍ଵ ଭୂଷଣ ସାହୁ, ଦୀପକ ବେହେରା, ଚନ୍ଦନ ବିଶ୍ଵାଳ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ୭୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ସହ ବିଦ୍ୟାଳୟର କର୍ମକର୍ତ୍ତା, ସ୍ଵେଚ୍ଛାସେବୀ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।